Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗଣତନ୍ତ୍ର ଦିବସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

25/01/2021 at 4:54 PM

ବଲାଙ୍ଗୀର୨୫/୧: ମାଓ ପ୍ରବଣ ଅଞ୍ଚଳରେ ପୋଲିସର ସ୍ବତନ୍ତ୍ର ବ୍ୟବସ୍ଥା। ବଲାଙ୍ଗୀରରେ ପାଳନ ହେବ ଗଣତନ୍ତ୍ର ଦିବସ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବଲାଙ୍ଗୀରରେ କୋଭିଡ୍‌ କଟକଣାକୁ ଆଖି ଆଗରେ ରଖି ବିଭିନ୍ନ ସ୍କୁଲ କଲେଜ ପ୍ୟାରେଡକୁ ବାଦ ଦିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବାଦ ଦିଆଯାଇଛି। ଅନ୍ୟପଟେ ପୋଲିସର ଦୁଇଟି ଦଳ ପ୍ୟାରେଡରେ କେବଳ ଅଭିବାଦନ ଜଣାଇବା କାର୍ଯ୍ୟକ୍ରମ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ମାଓ ପ୍ରବଣ ଜିଲ୍ଲା ଭାବରେ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ ସମଗ୍ର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାଓ ଅଞ୍ଚଳରେ ସିଆରପିଏଫ, ଏସଓଜି ଜଓ୍ବାନମାନଙ୍କ ଦ୍ବାରା କୁମ୍ବିଙ୍ଗ ଅପରେସନ ଜାରି ରହିଛି।

ସେପଟେ ଇଣ୍ଟେଲିଜେନ୍ସ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ସୂଚନା ରଖାଯାଉଥିବା ବେଳେ ସମସ୍ତ ଛୋଟ ବଡ ଘଟଣା ଉପରେ ନଜର ରଖାଯାଇଥିବା କହିଛନ୍ତି ବଲାଙ୍ଗୀର ଏସପି ନିତିନ କୁଶଲକର। ଆସନ୍ତା କାଲି ପାଳିତ ହେବ ୭୨ ତମ ଗଣତନ୍ତ୍ର  ଦିବସ।  ଏ ନେଇ ବଲାଙ୍ଗୀର ଜିଲ୍ଲାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

   Related Posts