Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କରୋନା ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପ୍ରତି ୧୫ ଦିନରେ ଥରେ ଡାକ୍ତର-ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ, ପୋଲିସ୍‌ ଓ ସଫେଇ କର୍ମଚାରୀଙ୍କର ମଧ୍ୟ ପରୀକ୍ଷା କରାଯିବ

16/04/2020 at 7:37 PM

ଭୁବନେଶ୍ବର୧୬/୪: ରାଜ୍ୟରେ ଡାକ୍ତରମାନଙ୍କର ହେବ କରୋନା ଟେଷ୍ଟ । କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି ୧୫ ଦିନରେ କରାଯିବ ସ୍ବାବ୍ ଟେଷ୍ଟ । ରାଜ୍ୟରେ ହଟ୍ ସ୍ପଷ୍ଟ ଦୁଇ ଜିଲ୍ଳା ଖୋର୍ଦ୍ଧା ଏବଂ ଭଦ୍ରକ ଜିଲ୍ଳାରେ କାର୍ଯ୍ୟରତ ସବୁ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସ୍ବାବ୍ ଟେଷ୍ଟ କରାଯିବ। ସେହିଭଳି ଲକ୍ ଡାଉନ ବେଳେ କରୋନା ଯୋଦ୍ଧାର ଭୂମିକା ନିର୍ବାହ କରିଥିବା ପୋଲିସ ଏବଂ ସଫେଇ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି ।   

 ସ୍ବାବ୍ ଟେଷ୍ଟରୁ ଯଦି କେହି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ କ୍ବାରାଣ୍ଟାଇନରେ ରଖାଯିବା ସହ ଚିକିତ୍ସା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ସଂପୃକ୍ତ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ଡ୍ୟୁଟିକୁ ଫେରିବେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଏହାସହ ରାଜ୍ୟରେ ହଟ୍ ସ୍ପଷ୍ଟ ଦୁଇ ଜିଲ୍ଳା ଖୋର୍ଦ୍ଧା ଏବଂ ଭଦ୍ରକ ଜିଲ୍ଳାରେ କାର୍ଯ୍ୟରତ ସବୁ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସ୍ବାବ୍ ଟେଷ୍ଟ କରାଯିବ । ସେହିଭଳି ଲକ୍ ଡାଉନ ବେଳେ କରୋନା ଯୋଦ୍ଧାର ଭୂମିକା ନିର୍ବାହ କରୁଥିବା ପୋଲିସ ଏବଂ ସଫେଇ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ଯେଉଁ ୨୨ ଜିଲ୍ଲାରେ ଏଯାଏ କରୋନା ଦେଖାଦେଇନି ସେଠି ବି ପ୍ରତି ୧୦ ହଜାରରେ ଜଣଙ୍କ ସ୍ବାବ୍ ଟେଷ୍ଟ କରାଯିବ ।

ସେପଟେ କରୋନା ମୁକାବିଲା ପାଇଁ ଉଚ୍ଚ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ ବୈଠକରେ ବ୍ୟାପକ ପଦକ୍ଷେପ ନେବାକୁ ଆଲୋଚନା ହୋଇଛି । ବିଶେଷ କରି ଅଧିକ ଲୋକଙ୍କ ନମୁନା ପରୀକ୍ଷା ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ନିୟୋଜିତ କରିବା ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗୁରୁତ୍ବ ଦେଇଛି । ଏଥିପାଇଁ ଅଙ୍ଗନବାଡି, ଆଶାକର୍ମୀ, ଏଏନଏମ  ଓ ଡାକ୍ତରମାନକୁ ଅଧିକ ସଂଖ୍ୟାରେ ତାଲିମ ଦିଆଯିବ ।

ବର୍ତ୍ତମାନ ସୁଧା ୧ ଲକ୍ଷ  ୫୩ ହଜାର ଜଣଙ୍କୁ ତାଲିମ ଦିଆ ସରିଛି । ଏହି ସଂଖ୍ୟା ଆହୁରି ବଢାଯିବ । ଆଗକୁ ପୁଲ୍ ଟେଷ୍ଟ ଜରିଆରେ ବିଭିନ୍ନ ସ୍ଥାନର ଲୋକଙ୍କ ନମୁନା ପରୀକ୍ଷା କରିବାରେ ଏହା ସହଯୋଗ କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେପଟେ ସବୁ ପୁରୁଣା ଏବଂ ନୂଆ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କରୋନା ଟେଷ୍ଟିଂ ଲାବରାଟୋରୀ ପାଇଁ ବୈଠକରେ ଆଲୋଚନା ହୋଇଛି । ଅଧିକ ଆଜିଥ୍ରୋ ମାଇସିନ ମେଡିସିନ୍, ରାପିଡି ଟେଷ୍ଟ ପାଇଁ ଅଧିକ କିଟ୍ କିଣିବାକୁ ସୁପାରିଶ କରିଛି କମିଟି ।ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ପୂର୍ବରୁ ଦୈନିକ ୨ ଶହରୁ ୩ ଶହ ସ୍ବାବ୍ ପରୀକ୍ଷା କରାଯାଇ ପାରୁଥିବା ବେଳେ ଏବେ ଏହି ସଂଖ୍ୟା ୧୨ ଶହରେ ପହଞ୍ଚିଛି ।

   Related Posts