Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଆଜି ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତ୍ରୀ : ଓଡ଼ିଆ ବଜାର ଜନ୍ମସ୍ଥାନରେ ବ୍ୟାପକ ଆୟୋଜନ

23/01/2020 at 9:02 AM

କଟକ ୨୩/୧: ଆଜି ସାରା ଦେଶ ପାଳନ କରୁଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ନେତାଜୀଙ୍କ ୧୨୩ ତମ ଜୟନ୍ତୀ ଅବସରରେ  କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଓ ବିଭିନ୍ନ କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ନେତାଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଚଳିତ ବର୍ଷ ନେତାଜୀଙ୍କ ଜନ୍ମସ୍ଥାନରେ ଅନେକ କିଛି ନୂଆ ଦେଖିବାକୁ ମିଳିବ । ନେତାଜୀଙ୍କ ଛାତ୍ର ଜୀବନର କିଛି ନୂଆ ସ୍ମୃତି ଗ୍ୟାଲେରୀରେ ସ୍ଥାନ ପାଇଛି । ତା ସହିତ ସ୍ବତନ୍ତ୍ର ୱାଲପେଣ୍ଟିଂ ସାଧାରଣ ଲୋକଙ୍କୁ ନିଶ୍ଚିତ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ୨ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ଛାତ୍ର ଜୀବନର କିଛି ନୂଆ ତଥ୍ୟ ଦେଖିବାକୁ ମିଳିବ ।  ଆର୍ଟ ଗ୍ୟାଲେରୀ, ସ୍ୟାଣ୍ଡ ଆର୍ଟ, ରକ୍ତଦାନ ଶିବିର, ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି  ମଧ୍ୟ ପରିବେଷଣ କରାଯିବ।

   Related Posts