Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲକଡାଉନ୍‌ ପାଇଁ କମିଶନରେଟ୍‌ ପୋଲିସର ବିଶେଷ ବ୍ୟବସ୍ଥା : ଅଭିଯୋଗ ଆଣିବାକୁ ଘରକୁ ଯିବ ପୋଲିସ, ବାହାନା କରି ବାହାରେ ବୁଲିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

4/05/2021 at 7:21 PM

ଭୁବନେଶ୍ବର ୦୪/୦୫ : ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ଲକ୍‌ଡାଉନ୍‌ । ୧୪ ଦିନିଆ ଲକ୍‌ଡାଉନ୍‌ ମେ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ଏହାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯିବ । ମେଡିସିନ୍‌ ଆଣିବାକୁ କହି ମିଛ ବିଲ୍‌ ଦେଖାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

ଏହା ସହିତ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୌଣସି ଅଭିଯୋଗ ଥିଲେ ଅଜଥା ଥାନାକୁ ନଆସିବାକୁ ଲୋକମାନଙ୍କୁ ଅପିଲ କରାଯାଇଛି । କୌଣସି ଅଭିଯୋଗ ଥିଲେ ୧୦୦ ନମ୍ବରକୁ ଡାଏଲ କରିଲେ ପୋଲିସ ଘରକୁ ଯାଇ ଅଭିଯୋଗପତ୍ର ଆଣିବ । କୌଣସି ଅସୁବିଧା କିମ୍ବା ଅଘଟଣ ପାଇଁ ଥାନାକୁ ଫୋନ କରନ୍ତୁ । ପୋଲିସ ଘରକୁ ଯାଇ ସମାଧାନ କରିବ ଏବଂ ଅଭିଯୋଗ ଗ୍ରହଣ କରିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

   Related Posts