ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ପରିବହନ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | September 30, 2019 IST

ଭୁବନେଶ୍ବର ୩୦/୯: ଆଜିଠୁ ଅକ୍ଟୋବର ୪ ଯାଏ ଲର୍ଣ୍ଣିଂ ଲାଇସେନ୍ସ ମିଳିବ । ସହିଦ ନଗର ବିଏମସି ଅଫିସ ଓ ଓଏସଆରଟିସିରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଦିନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ । ତେବେ କୌଣସି ସ୍ଲଟ ବୁକ କରାଯିବ ନାହିଁ । ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ପରିବହନ ବିଭାଗ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । 

{"id":164469}

ଲର୍ଣ୍ଣିଂ ଲାଇସେନ୍ସ ପାଇଁ କ୍ୟାମ୍ପ ଅଫିସକୁ ଆସୁଥିବା ବ୍ୟକ୍ତି ଆପ୍ଲିକେସନ ଫର୍ମର କପି ଓ ଆକନଲେଜମେଣ୍ଟ, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା, ବ୍ଲଡ ଗ୍ରୁପ ସାର୍ଟିଫିକେଟ ସାଙ୍ଗରେ ଆଣିବେ ।  ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ କଡାକଡି କରାଯାଇଥିଲା । କାଗଜପତ୍ର ନଥିବା ଗାଡି ଚାଳକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା ।

{"id":164470}

ଏହା ପରେ ଆରଟିଓ ଅଫିସରେ ପଲ୍ୟୁସନ ଟେଷ୍ଟ ପାଇଁ ଲାଗିଥିଲା ଲମ୍ବା ଲାଇନ । ଶୀଘ୍ର କାଗଜପତ୍ର କରେଇ ଦେବା ପାଇଁ ଦଲାଲମାନେ ସକ୍ରିୟ ହୋଇଉଠିଥିଲେ । ପରେ ସରକାର ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଡିଏଲର ସମୟ ସୀମା ୩ ମାସ ବୃଦ୍ଧି କରିଥିଲେ । ତେବେ ସମୟସୀମା ବୃଦ୍ଧି କରାଯାଇଥିଲେ ମଧ୍ୟ ଆରଟିଓ ଅଫିସରେ ଗହଳି କାରଣରୁ ପରିବହନ ବିଭାଗ ଏବେ ଲର୍ଣିଂ ଲାଇସେନସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।

{"id":164463}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.