Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଡିସେମ୍ବର ୨୭ରେ ସଲମାନ ଖାନ୍‌ଙ୍କ ଜନ୍ମଦିନ: ହୋଇପାରେ ବଡ ଘୋଷଣା

21/12/2018 at 6:39 PM

ମୁମ୍ବାଇ ୨୧|୧୨: ଡିସେମ୍ବର ୨୭ରେ ସଲମାନ ଖାନଙ୍କ ଜନ୍ମଦିନ। ବଲିଉଡର ଦବଙ୍ଗ ଖାନଙ୍କ ଜନ୍ମଦିରେ କିଛି ନା କିଛି ଖାସ ହୁଏ। ସବୁ ବର୍ଷ ଭଳି ଏଇ ବର୍ଷ ମଧ୍ୟ ଭାଇଜାନଙ୍କ ଜନ୍ଣଦିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସମସ୍ତଙ୍କର ନଜର ସଲମାନ ଖାନଙ୍କ ନୂଆ ଚଳଚ୍ଚିତ୍ର ଘୋଷଣାକୁ ନେଇ ଉତ୍ସାହିତ ଅଛି।
 ସଲମାନ ଖାନଙ୍କ ପ୍ରଡକ୍ସନ କଂପାନୀର ସୁତ୍ରରୁ ଜଣାପଡିଛି ୨୭ ଡିସେମ୍ବରରେ ଭାଇଜାନଙ୍କ ଦବଙ୍ଗ ୩ ବିଷୟରେ ଘୋଷଣା ହୋଇପାରେ। ଦବଙ୍ଗ ୩ ଦୀର୍ଘ ଦିନରୁ ଅଟକି ରହିଛି। ଅରବାଜ ଖାନ ବହୁତ ପୂର୍ବରୁ କହିସାରିଛନ୍ତି ଯେ କାହାଣୀର ଲେଖା ସରିଯାଇଛି। ସେଥିରେ ସଲମାନଙ୍କ ସହମତି ମଧ୍ୟ ମିଳିସାରିଛି।  
 ଦବଙ୍ଗର ୨ଟି ଚଳଚ୍ଚିତ୍ରରେ “ରଜୋ” ଭୁମିକାରେ ଥିବା ସୋନାକ୍ଷୀ ସିହ୍ନା ମଧ୍ୟ କହୁଛନ୍ତି ୨୦୧୯ ରେ ଦବଙ୍ଗ ୩ ଆରମ୍ଭ ହେବ। ଏଥର ଦବଙ୍ଗ ୩ର ନିର୍ଦ୍ଧେଶନା ପ୍ରଭୁଦେୱା ଦେବେ। ପ୍ରଭୁଦେୱା ପୂର୍ବରୁ ମଧ୍ୟ ସଲମାନଙ୍କ ସହିତ ୱାଣ୍ଟେଡରେ କାମ କରିସାରିଛନ୍ତି। ଦବଙ୍ଗ ୩ର ଘୋଷଣା ନହେଲେ ବି ସଂଜୟ ଲୀଲା ବଂଶାଲୀଙ୍କ ସହିତ ସଲମାନଙ୍କର ନୂଆ ଚଳଚ୍ଚିତ୍ର ଘୋଷଣା ହୋଇପାରେ।
 ଏହି କିଛି ଦିନ ହେଲା ଫିଲ୍ମ ଜଗତର ନୂଆ ଚଳଚ୍ଚିତ୍ର ଛଡା ଅନ୍ୟ କିଛି ବିଷୟକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି। ସଲମାନ ଖାନଙ୍କର ନୂଆ ଫିଲ୍ମ “ଭାରତ” ର ପ୍ରଥମ ପୋଷ୍ଟର ଆସନ୍ତା ବର୍ଷ ଇଦରେ ରିଲିଜ କରାଯିବ ବୋଲି କୁହାଯାଉଛି।  
ଚଳଚ୍ଚିତ୍ର “ଭାରତ” ର ସୁଟିଂ ଅଧିକାଂଶ ଭାଗ ହୋଇସାରିଛି। ଜାନୁଆରୀରେ ଫିଲ୍ମର ଶେଷ ପର୍ଯ୍ୟାୟ ସୁଟିଂ ହେଲା ପରେ ଫିଲ୍ମଟି ପୁରା ହୋଇଯିବ। ଚଳଚ୍ଚିତ୍ରରେ ସଲମାନଙ୍କ ସହିତ କେଟ୍ରିନା କେଫ, ତବୁ, ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ।

   Related Posts