Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଉହାନରୁ ଭାରତୀୟଙ୍କ ଉଦ୍ଧାର ଲାଗି ଯୋଜନା, ପ୍ରସ୍ତୁତ ହୋଇରହିଛି ସ୍ବତନ୍ତ୍ର ବିମାନ, ଚୀନ୍‌ର ଅନୁମତିକୁ ଅପେକ୍ଷା

28/01/2020 at 12:03 PM

ନୂଆଦିଲ୍ଲୀ ୨୮।୦୧: ଚୀନ୍‌ର ଉହାନ ପ୍ରଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଭାରତ ସରକାର । ଉହାନରେ ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ । ଚୀନ୍‌ ସରକାର ଉହାନକୁ ସିଲ୍‌ କରିଦେଇଛନ୍ତି । ଉହାନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଇଛନ୍ତି ଚୀନ୍ ସରକାର । ତେବେ ଉହାନରେ ଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଚୀନ୍ ସରକାରୁଙ୍କୁ ଅନୁମତି ମାଗିବ ଭାରତ । ଦରକାର ପଡିଲେ ସେମାନଙ୍କୁ ଭାରତୀୟ ବିମାନ ଯୋଗେ ସ୍ବଦେଶ ଅଣାଯିବ ।

ଚୀନ୍‌ରେ ଦିନକୁ ଦିନ ଅତି ମାରତ୍ମକ ରୂପ ନେଉଛି କରୋନା ଭାଇରସ । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ୧୦୬ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୪ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଚୀନରେ ଉହାନ ପ୍ରଦେଶରେ କରୋନା ଭାଇରସ ବିପୁଳ ପରିମାଣରେ ବ୍ୟାପିଛି । ଉହାନ ପ୍ରଦେଶରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଇଛନ୍ତି ଚୀନ ସରକାର । ଉହାନ ପ୍ରଦେଶରେ ସମସ୍ତ ପ୍ରବେଶ ପଥ ସିଲ୍‌ କରିଦିଆଯାଇଛି । ସମସ୍ତ ପ୍ରବେଶ ପଥରେ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି । ସହର ବାହାରକୁ ଯିବା ପାଇଁ ଉଦ୍ୟମ କରୁଥିବା ଲୋକଙ୍କୁ ଉପଯୁକ୍ତ ମେଡିକାଲ ଯାଞ୍ଚ କରାଯାଉଛି । ତାପରେ ଯାଇ ସହର ବାହାରକୁ ଛଡାଯାଉଛି ।

ଉହାନ ସହରରେ ଶତାଧିକ ଭାରତୀୟ ବସବାସ କରୁଛନ୍ତି । ବିଶେଷ କରି ଉହାନ ପ୍ରଦେଶରେ ଭାରତର ବହୁ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢିବାକୁ ଯାଆନ୍ତି । ସହରକୁ ବନ୍ଦ କରିବା ଦ୍ବାରା ସେମାନ ମଧ୍ୟ ସେଠାରେ ଫଶିରହିଛନ୍ତି । ତେବେ ଉହାନ ପ୍ରଦେଶରେ ଫଶିଥିବା ୨୫୦ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ନୂଆଦିଲ୍ଲୀ ବେଜିଙ୍ଗ ଅନୁରୋଧ କରିବ ।  ଏବଂ ଦରକାର ପଡିଲେ ଭାରତର ଏୟାର ଇଣ୍ଡିଆ ବିମାନ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବସିଥିବା ଏକ ରିଭ୍ୟୁ ମିଟିଙ୍ଗରେ ଏହି ନିଷ୍ପତ୍ତି ନିଆଯାଇଛି ।

ଭାରତ ସରକାର ଏୟାର ଇଣ୍ଡିଆର ଏକ ବିମାନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୪୨୩ ବିଶିଷ୍ଠ ଏୟାର ଇଣ୍ଡିଆ ବିମାନଟି  ଯାତ୍ରୀମାନଙ୍କୁ ଚୀନର ଉହାନରୁ ଭାରତ ଆଣିବ । ବିଦେଶ ମନ୍ତ୍ରାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଛି ।  ଏୟାରଇଣ୍ଡିଆ ନିଜର ବୋଇଂ ୭୪୭ ବିମାନକୁ ମୁମ୍ବାଇରେ ପ୍ରସ୍ତୁତ ରଖିଛି ବୋଲି ଜଣାପଡିଛି ।

ଜଣେ ବିମାନ ଅଧିକାରୀଙ୍କ କହିବାନୁଯାୟୀ, ବିଦେଶ ମନ୍ତ୍ରାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମଞ୍ଜୁରୀକୁ ଆମେ ଅପେକ୍ଷା କରିଛୁ । ବିମାନ ଉହାନ ପ୍ରାନ୍ତକୁ ଯିବ ,ତେଣୁ ଏହାର ପ୍ରତିଷୋଧକ ପାଇଁ ସ୍ବାସ୍ଥ୍ୟ ବିଭାଗର ଅନୁମତି ନିହାତି ଦରକାର । ଉପଯୁକ୍ତ ପଦକ୍ଷେପ ଗ୍ରହଣ ବିନା ଚୀନର ଉହାନ ପ୍ରଦେଶରେ ପ୍ରବେଶ କରିବା ଉଚିତ୍ ହେବନାହିଁ । ଉହାନ ପ୍ରଦେଶରେ ଗମନାଗମନ ଉପରେ ରୋକ ଲଗାଇଛନ୍ତି ଚୀନ ସରକାର । ଉହାନ ପ୍ରଦେଶରେ ବାହାରକୁ ବାହାରିବାକୁ ହେଲେ ସରକାରଙ୍କ ଅନୁମତି ଦରକାର ।

   Related Posts