ତୁଳସୀ ଦାସଙ୍କ ଏହି ଉପଦେଶ ଦେଖାଇଥାଏ ସଫଳତାର ମାର୍ଗ, ଜାଣନ୍ତୁ କଣ ସେହି ଉପଦେଶ ଯାହା ମନୁଷ୍ୟ ପାଇଁ ଅତି ଆବଶ୍ୟକ...

Published By : Prameya-News7 Bureau | January 29, 2021 IST

ଭୁବନେଶ୍ୱର ୨୯/୦୧ : ହିନ୍ଦୁ ଧର୍ମରେ ଅନେକ ଗ୍ରନ୍ଥ ରହିଛି , ଯାହାକି ମନୁଷ୍ୟ ଜୀବନରେ ବହୁ ଗୁରୁତ୍ୱ ବହନ କରିଥାଏ । ସେହିପରି ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମଚରିତମାନସ ଏକ ଏପରି ଗ୍ରନ୍ଥ ଯାହା ଜୀବନରେ ଆଗକୁ ବଢିବାର ପ୍ରେରଣା ଦେଇଥାଏ । କୁହାଯାଏ, ଏହାକୁ ପଢିବା ଦ୍ୱାରା ଜଣେ ବ୍ୟକ୍ତି ନିଜ ଜୀବନ ସହ ଜଡିତ ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ । ଜୀବନରେ ଏମିତି ଅନେକ ସମସ୍ୟା ଆସିଥାଏ , ଯାହାକୁ ପାର କରିବା ଅତ୍ୟନ୍ତ କଠିନ ହୋଇଥାଏ । କିନ୍ତୁ ସେହି ସମସ୍ୟାର ସମାଧାନ ପାଇଁ ଏହି ଗ୍ରନ୍ଥ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ତୁଳସୀ ଦାସଙ୍କ ଜୀବନ ସହ ଜଡିତ କିଛି ଏମିତି କଥା ଯାହାକୁ ଆପଣେଇ ବ୍ୟକ୍ତି ନିଜ ଜୀବନକୁ ସାକାର କରିପାରିବ ।

କର୍ମ :

ତୁଳସୀ ଦାସ କହିଛନ୍ତି ଭଗବାନ ଏହି ସଂସାରକୁ କର୍ମ ପ୍ରାଧାନ୍ୟ କରିଛନ୍ତି । ଯେଉଁ ମଣିଷ ଯେପରି କର୍ମ କରିଥାଏ, ତାହାର ଫଳ ତାକୁ ସେହି ପରି ମିଳିଥାଏ । ସେଥିଲାଗି ଆମକୁ ନିଜ କର୍ମ ଉପରେ ଭରସା ରଖିବା ଉଚିତ । ଏହା ଆମ ଜୀବନକୁ ଆଗକୁ ବଢ଼ିବାରେ ମାର୍ଗ ଦର୍ଶାଇଥାଏ ।

ନମ୍ରତା:

ତୁଳସୀ ଦାସଙ୍କ ଅନୁସାରେ, ଯେପରି ବୃକ୍ଷ ଫଳ ଧରିଲା ପରେ ନଇଁ ଯାଏ, ଠିକ ସେହିପରି ମନୁଷ୍ୟ ପାଖରେ ଧନ ଆସିଗଲେ ତା ମଧ୍ୟରେ ନମ୍ରତାର ବାସ ହେବା ଉଚିତ । ଯେଉଁ ମଣିଷ ମନରେ ଏହି ଭାବନା ଆସିନଥାଏ , ତାହା ପାଖରେ ସଫଳତା ଅଧିକ ସମୟ ରହିନଥାଏ ।

ସୁଖ :

ପ୍ରକୃତ ମଣିଷ ସେହି ହୋଇଥାଏ ଯିଏ ନିଜେ କଷ୍ଟ ସହି ଅନ୍ୟକୁ ସୁଖ ଦେଇଥାଏ । ଯେପରି ବୃକ୍ଷ ନିଜେ ଉତ୍ତାପ ସହି ଅନ୍ୟକୁ ଛାୟା ଦେଇଥାଏ । ଠିକ ସେହିପରି ମଣିଷ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ ।

ସ୍ୱପ୍ନ ଦେଖିବା :

 ତୁଳସୀ ଦାସ କହିଛନ୍ତି ନିଜର ସ୍ଥିତି ଠାରୁ ଅଧିକ ବିସ୍ତାର କରିବା ଉଚିତ ନୁହେଁ । କେବଳ ସେହି ସ୍ୱପ୍ନ ଦେଖନ୍ତୁ ଯାହାକୁ ପୁରଣ କରିପାରିବେ ।    

ଧର୍ଯ୍ୟ :

 କୌଣସି ବି କଠିନ ପରିସ୍ଥିତିରେ ଭଗବାନ ରାମ ନିଜର ଧର୍ଯ୍ୟ ହରାଇନଥିଲେ । ସେ ପ୍ରତ୍ୟେକ ସମସ୍ୟାରେ ଧର୍ଯ୍ୟର ସହ କାମ କରିଛନ୍ତି । ସେଥିଲାଗି ଆମେ ଭଗବାନ ରାମଙ୍କ ଭଳି ପ୍ରତ୍ୟେକ ସମସ୍ୟାରେ ଧର୍ଯ୍ୟ ଏବଂ ଶାନ୍ତିର ସହ କାର୍ଯ୍ୟ କରିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.