Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦେଶରେ ଆତଙ୍କୀ ଘଟଣାରେ ଲିପ୍ତ ବ୍ୟକ୍ତିଙ୍କ ଉପରେ ଏବେ ରହିବ ‘ସ୍ପେଶାଲ ୪୪’ର ନଜର, ଗୃହ ମନ୍ତ୍ରଣାଳୟ ଗଠନ କଲା ଖାସ୍ ଟିମ୍

27/07/2020 at 3:55 PM

ନୂଆଦିଲ୍ଲୀ ୨୭।୦୭: କେନ୍ଦ୍ର ସରକାର ଏବେ ଆତଙ୍କୀ ଗତିବିଧିରେ ସାମିଲ ବ୍ୟକ୍ତିକଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସରକାର ୟୁଏପିଏ ସଂଶୋଧନ ବିଧେୟକର ନୂତନ ଆଇନ ଆଧାରରେ ରୁଜୁ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନୂତନ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌କୁ ‘ସ୍ପେଶାଲ ୪୪’ର ନାମ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ ଭାରତରେ ଆତଙ୍କୀ ଘଟଣା ଘଟାଉଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ଟିମ୍‌ର ନଜର ରହିବ।

କିଏ କିଏ ରହିବେ ଏହି ଟିମ୍‌ରେ

ଏହି ଟିମ୍‌ରେ ୪୪ ସ୍ପେଶାଲ ଅଧିକାରୀ ରହିବେ। ଏହି ଟିମ୍‌ରେ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି), ଫାଇନାନସିଆଲ ଇଣ୍ଟେଲିଜେନ୍ସ(ଏଫଆଇୟୁ), ଆରବିଆଇ, ଗୃହ ମନ୍ତ୍ରଣାଳୟ, ସେବି, ରାଜ୍ୟର ଏଟିଏସ, ରାଜ୍ୟର ସିଆଇଡି ସହିତ ଅନ୍ୟ ବିଭାଗର ଅଧିକାରୀ ସାମିଲ ହେବେ। ଏହି ସବୁ ଅଧିକାରୀ ସେହି ଲୋକଙ୍କ ଉପରେ ନଜର ରଖିବେ  ଯାହାଙ୍କ ବିରୋଧରେ ୟୁଏପିଏ ଆଇନ୍ ଆଧାରରେ କେସ୍‌ ରୁଜୁ ହୋଇଛି। ଏଥି ସହ ସେମାନଙ୍କ ସଂପତ୍ତି ଜବତ କରିବା ଏବଂ ବ୍ୟାଙ୍କ ଆକାଉଣ୍ଟ ସିଲ୍‌ କରିବାକୁ ମଧ୍ୟ ଆଦେଶ ଦେବେ।

ଏହି ପରି କରିବେ କାମ

ଗୃହ ମନ୍ତ୍ରଣାଳୟ ଅନୁଯାୟୀ ଏହି ୪୪ ଅଧିକାରୀଙ୍କୁ ବୈଦେଶିକ ମନ୍ତ୍ରଣାଳୟ ମିଳିତ ଜାତିସଂଘ ଦ୍ଵାରା ଆତଙ୍କୀ ଘୋଷିତ ଲୋକଙ୍କ ତାଲିକା ଦେବ, ଯାହାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ଗୃହ ମନ୍ତ୍ରଣାଳୟର ଏହି ମହତ୍ଵପୂର୍ଣ୍ଣ ପଦକ୍ଷେପ ଆଧାରରେ ୪୪ ସ୍ଵତନ୍ତ୍ର ଅଧିକାରୀ ବୈଦେଶିକ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ସହିତ  ଉତ୍ତମ ସମନ୍ଵୟ ରଖି ଯେଉଁ ବ୍ୟକ୍ତି ବିରୋଧରେ  ୟୁଏପିଏ ଆଇନ୍‌ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିବେ ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କର ସଂପତ୍ତି ଜବତ କରାଯିବ।

ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟ ନୂତନ ୟୁଏପିଏ ଆଇନ୍ ଅନୁଯାୟୀ ଯେଉଁ ଆତଙ୍କବାଦୀ ତାଲିକା ଘୋଷଣା କରିବେ, ସେମାନଙ୍କ ସଂପତ୍ତି ଖୋଳତାଡ କରି ଜବତ କରାଯିବ। ଗୃହ ମନ୍ତ୍ରଣାଳୟ ଅଦ୍ୟାବଧି ୟୁଏପିଏ ଆଇନ୍ ଆଧାରରେ ଦାଉଦ ଇବ୍ରାହିମ, ମସୁଦ ଅଜହର, ଜାକିର ଉର ରେହମାନ ଲଖବି ଓ ହାଫିଜ ସଇଦକୁ ଆତଙ୍କବାଦୀ ଘୋଷିତ କରିଛି।

   Related Posts