Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନିଜକୁ କେମିତି ରଖିବେ ଫିଟ୍, ଫିଟନେସର ମନ୍ତ୍ର ଶିଖାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

9/11/2021 at 8:41 PM

ଭୁବନେଶ୍ଵର ୦୯।୧୧: ନିଜକୁ କେମିତି ରଖିବେ ଫିଟ । ବୟସ ଅଧିକ ହେଲେ ବି କେମିତି  ନିରୋଗୀ ଓ ଦୀର୍ଘାୟୁ ହେବେ । ଅନ୍ୟକୁ ଏଭଳି ଫିଟନେସର ମନ୍ତ୍ର ଶିଖାଇଛନ୍ତି ଖୋଦ୍  ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

କାଦୁଅରେ ଲଟପଟ ହୋଇଥିବା ଏହି ବ୍ୟକ୍ତିଙ୍କ ଉପରେ ଟିକେ ନଜର ପକାନ୍ତୁ । ଆପଣ କ’ଣ ଚିହ୍ନି ପାରୁଛନ୍ତି ଏ ବ୍ୟକ୍ତି ଜଣକ କିଏ ?  ଏବେ ଆଉ ଟିକେ ପାଖରୁ ଦେଖନ୍ତୁ । ଏବେ ଚିହ୍ନିଲେ ?  ଆଉ ଟିକେ ପାଖରୁ ଦେଖନ୍ତୁ। ଏବେ ଚିହ୍ନି ପାରିଲେ । ହଁ ଆପଣ ଠିକ୍ ଭାବୁଛନ୍ତି । ଇଏ ହେଉଛନ୍ତି ଆମ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମହାଶୟ । ସୂର୍ଯ୍ୟବାବୁଙ୍କର ବୟସ ୭୫ ଛୁଇଁଲାଣି । ଏ ବୟସରେ ହାର୍ଟ, କିଡନୀ, ଡାଇବେଟିସ ଭଳି ବିଭିନ୍ନ ରୋଗରେ ମଧ୍ୟ ସେ ପୀଡ଼ିତ ଅଛନ୍ତି । ହେଲେ ସୂର୍ଯ୍ୟବାବୁ ଏସବୁ ରୋଗ ପାଇଁ ଆଉ ମେଡିସିନ୍ ଖାଉନାହାନ୍ତି । ସାର୍ ଏବେ ନେଚର ଥେରାପି ନେଉଛନ୍ତି । ଦେହରେ ଏମିତି ମାଟି ବୋଲି ହୋଇ ସୂର୍ଯ୍ୟ କିରଣରେ ବେଶ୍ କିଛି ସମୟ ବସି ରହୁଛନ୍ତି । ଆଉ ଏଥିରୁ ତାଙ୍କ ଶରୀରକୁ ଖୁବ୍ ଲାଭ ମିଳୁଛି ବୋଲି କହୁଛନ୍ତି ।

ସୂର୍ଯ୍ୟବାବୁ ଏବେ ଭୋର୍ ୪ଟାରୁ ଉଠୁଛନ୍ତି । ଗଲା ୪ମାସ ହେଲେ କେବଳ ଫଳମୂଳ ଖାଇ ରହୁଛନ୍ତି । ଆମିଷ, କ୍ଷୀର, ଦହି, ଭାତ, ରୁଟି ଭଳି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଏଭଳି କରିବା ଦ୍ବାରା ପୂର୍ବାପେକ୍ଷା ସେ ଅଧିକ ସୁସ୍ଥ ଓ ଫିଟ୍ ଅନୁଭବ କରୁଛନ୍ତି । ସକାଳୁ ପାଣି କଖାରୁ ଜୁସ୍, କନ୍ଧମାଳ ହଳଦୀ ପାଣି, ସକାଳ ଜଳଖିଆରେ ଗଜାମୁଗ ପିସ୍ତା ଖାଉଛନ୍ତି । ମଧ୍ୟାହ୍ନରେ ଅଳ୍ପ ପରିବା ସିଝା ଓ ରାତିରେ ଫଳାହାର କରୁଛନ୍ତି ସୂର୍ଯ୍ୟବାବୁ । ମାଟି ସ୍ନାନ ତାଙ୍କୁ ଖୁବ୍ ଫାଇଦା ଦେଉଛି ବୋଲି କହୁଛନ୍ତି ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କହିବା ଅନୁସାରେ ପରିବର୍ତ୍ତିତ ଜୀବନଶୈଳୀ ଓ ପରିବେଶ ପାଇଁ ଏବେ ଆମକୁ ରୋଗ ମାଡିବସୁଛି। ଏଭଳି ସ୍ଥିତିରେ ଆମକୁ ଫିଟ୍ ରଖିବାକୁ ହେଲେ ପ୍ରାକୃତିକ ବା ନେଚର ଥେରାପି ଉପରେ ନିର୍ଭର କରିବାକୁ ପଡ଼ିବ । ପୂର୍ବରୁ କରୋନା କବଚ ପିନ୍ଧି ଚର୍ଚ୍ଚାରେ ଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବେ ତାଙ୍କର ଫିଟନେସ ମନ୍ତ୍ରକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

   Related Posts