ଗଞ୍ଜାମରେ କରୋନା ସ୍ଥିତିରେ ଆସିଛି ଉନ୍ନତି: ସରକାରଙ୍କ ସଠିକ୍ କୋଭିଡ୍ ପରିଚାଳନାକୁ ଶ୍ରେୟ ଦେଲେ ବାଚସ୍ପତି

Published By : Prameya-News7 Bureau | August 11, 2020 IST

ବ୍ରହ୍ମପୁର୧୧/୮: କୋଭିଡ୍‌-୧୯ ପରୀକ୍ଷାରେ ତୃଣମୂଳ ସ୍ତରରୁ କରୋନା ମୁକ୍ତ ଗଞ୍ଜାମ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଳାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ। ଓଡିଶା ସରକାରଙ୍କର ସଠିକ୍ କୋଭିଡ୍‌ ପରିଚାଳନା ଯୋଗୁଁ ଗଞ୍ଜାମର ପରିସ୍ଥିତି ଉନ୍ନତି ଆସିଛି। ଏଥିସହ ଖୁବ୍ ଶୀଘ୍ର କରୋନା ଦୂର ହେବ ବୋଲି ଆଶା ବ୍ୟକ୍ତି କରିଛନ୍ତି ବିଧାନସଭାର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର। ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗଞ୍ଜାମ ଜିଲ୍ଲା ପାଇଁ ଚିନ୍ତିତ ଅଛନ୍ତି କୋଭିଡ୍‌ ଡ଼ାକ୍ତରଖାନାରେ ରୋଗୀ ସେବାରେ ବହୁ ଗୁଣରେ ଉନ୍ନତି ଆସିଛି।ଏହା ସହ ମଧ୍ୟ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି ବୋଲି ଡଃ ପାତ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସରପଞ୍ଚମାନଙ୍କ ଆଲୋଚନା କରିଛନ୍ତି। ସରପଞ୍ଚଙ୍କ ଦକ୍ଷ ନେତୃତ୍ବର ଭୂୟସୀ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣମାନଙ୍କ ଭଲ ପାଇବା ପାଇଁ ମୁଁ ଗର୍ବିତ। କୋଭିଡ୍‌ ପରିଚାଳନାରେ ଗଞ୍ଜାମ ଜିଲ୍ଳା ସମଗ୍ର ଦେଶକୁ ନିଶ୍ଚୟ ବାଟ ଦେଖାଇବ। ଗଞ୍ଜାମରେ କିଛି ଦିନ ହେବ କରୋନା ପଜିଟିଭ୍ ସଂଖ୍ୟା କମୁଥିବାରୁ ସରପଞ୍ଚମାନେ ଉତ୍ସାହିତ କରିବା ସହ ସେମାନଙ୍କ ମନୋବଳ ବଢ଼ାଇବାକୁ ନିଜେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂରେ ସେମାନଙ୍କ ସହ କଥା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.