ଆସନ୍ତା ୩୧ରୁ ପାର୍ଲାମେଣ୍ଟ ବଜେଟ୍ ଅଧିବେଶନ ; ୩୦ରେ ସର୍ଦଦଳୀୟ ବୈଠକ ଡାକିଲେ ବାଚସ୍ପତି

Published By : Prameya-News7 Bureau | January 28, 2019 IST

ନୂଆଦିଲ୍ଲୀ ୨୮|୧:  ଆସନ୍ତା ୩୧ ତାରିଖଠାରୁ ପାର୍ଲାମେଣ୍ଟ ବଜେଟ୍ ଅଧିବେଶନ ପୂର୍ବରୁ ବାଚସ୍ପତି ସୁମିତ୍ରା ମହାଜନ ୩୦ ତାରିଖରେ ଏକ ସର୍ଦଦଳୀୟ ବୈଠକ ଡାକିଛନ୍ତି । ଲୋକସଭାରେ କାର୍ଯ୍ୟଧାରା ସୁଚାରୁରୂପେ ସଂପାଦନା ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ଲୋଡିବେ ବୋଲି ଆଶା କରାଯାଉଛି । ଆସନ୍ତା ୩୧ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହରେ ମିଳିତ ଅଧିବେଶନକୁ ସମ୍ବୋଧନ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ପହିଲାରୁ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରାଯିବ । ଏହି ଅଧିବେଶନ ଫେବ୍ରୁଆରୀ ୧୩ ତାରିଖରେ ଶେଷ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.