କୋଟିଆରେ ସେମିତି କିଛି ବଡ ସମସ୍ୟା ନାହିଁ : ବାଚସ୍ପତି

Published By : Prameya-News7 Bureau | September 18, 2021 IST

ଭୁବନେଶ୍ବର ୧୮।୯: କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, କୋଟିଆରେ ସେମିତି ବଡ ସମସ୍ୟା ନାହିଁ । ରାଜସ୍ବ ବିଭାଗର ସଚିବ ଓ ଆରଡିସି କମିଟି ସେଠାକୁ ଯାଇ ସ୍ଥିତି ଦେଖିଛନ୍ତି । ସ୍ଥିତି ସେତେଟା ଖରାପ ନାହିଁ ବୋଲି ବାଚସ୍ପତି କହିଛନ୍ତି । ଯେଉଁ ଅଞ୍ଚଳ ଆମ କର୍ତ୍ତୃତ୍ବ ଭିତରେ ରହିଛି ସେଠି ଉନ୍ନୟନ କାର୍ଯ୍ୟ ଚାଲିଛି ।

ଭିଡିଓ କନଫରେନ୍ସିଂ ଯୋଗେ କୋରାପୁଟ ଜିଲ୍ଲାପାଳଙ୍କ ସହ କଥା ହେଉଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ବନ୍ୟା ସ୍ଥିତି ରହିଥିବାରୁ ବିଧାୟକମାନେ ବ୍ୟସ୍ତ ରହିଛନ୍ତି । ତେଣୁ ଏହି ସ୍ଥିତି ସୁଧୁରିବା ପରେ ଗୃହ କମିଟି ପକ୍ଷରୁ ବୈଠକ ଡ଼କାଯାଇ କ୍ଷେତ୍ର ପରିଦର୍ଶନରେ ଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.