Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି

9/12/2021 at 3:22 PM

ଭୁବନେଶ୍ବର ୯।୧୨: ବିଧାନସଭାରେ କୋଭିଡ୍ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି, ବିଧାନସଭା ସଚିବଙ୍କ ସହ ଅନ୍ୟ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଚିବଙ୍କ ସଂସ୍ପର୍ଶରେ ଆମେମାନେ ଆସିଥିବାରୁ ଆମର ଆଣ୍ଟିଜେନ୍ ଟେଷ୍ଟ କରାଇଥିଲୁ । ମୋ ସମେତ ୬ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ ଆସିଛି ।  ସଚିବଙ୍କ ସଂସ୍ପର୍ଶରେ ଅନ୍ୟ ଯେଉଁମାନେ ଆସିଛନ୍ତି ତାଙ୍କର ମଧ୍ୟ ଗୁରୁବାର ଅଣ୍ଟିଜେନ୍ ଟେଷ୍ଟ କରାଯିବ । ବିଧାନସଭା ପରେ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତ ବିଧାୟକମାନଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ଆରଏମଆରସି ନିର୍ଦ୍ଦେଶିକାଙ୍କ ସହ ଫୋନ୍ ଯୋଗେ ବାଚସ୍ପତି ଆଲୋଚନା କରିଛନ୍ତି।

ଆହୁରି କହିଛନ୍ତି, ବିଧାନସଭାରେ ଗଣ୍ଡଗୋଳ ପରିସ୍ଥିତି ପାଇଁ ମୁଁ ସମସ୍ତଙ୍କୁ ଡାକିଥିଲି । ସବୁ ନେତାମାନେ ବସିଥିଲେ । ମୁଁ ଆଶା ବାନ୍ଧିଥିଲି ସମସ୍ୟାର ସମାଧାନ ହେବ । ବୁଧବାର ସନ୍ଧ୍ୟା ସୁଦ୍ଧା କିଛି ହୋଇ ପାରିଲାନି । ଆଜି ମୁଁ କଥା ହୋଇଥାନ୍ତି କିନ୍ତୁ ଦୁର୍ଭାଗ୍ୟର କଥା ଭାରତ ବର୍ଷରେ ବୁଧବାର ଯେମିତି ଘଟଣା ଘଟିଲା ଆମ ଆର୍ମି ଚିଫ୍ଙ୍କ ମୃତ୍ୟୁ ହେଲା ସେଥିପାଇଁ ଶୋକ ପ୍ରସ୍ତାବ ନିଆଗଲା ।  ସେଥିପାଇଁ ୪ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଛି । ଦେଖିବା ତାପରେ କ’ଣ ହେଉଛି ? ବାଟ ହେଉଛି ସମସ୍ତେ ବସିକି ସୁସ୍ଥ ବାତାବରଣରେ କାମ କରିବା ଦରକାର ।

   Related Posts