Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଶୂନ୍ୟକାଳରେ ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବିରୋଧୀଙ୍କ ହଙ୍ଗାମା, ଗୃହରେ ମନ୍ତ୍ରୀ ଓ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

20/11/2019 at 3:06 PM

ଭୁବନେଶ୍ବର ୨୦।୧୧:  ବିଧାନସଭାର ଗୃହକାର୍ଯ୍ୟ ସମୟରେ ମନ୍ତ୍ରୀମାନେ ଅନୁପସ୍ଥିତ ରହୁଥିବା ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ନାରାବାଜି କରିଛନ୍ତି ବିରୋଧୀ ସଦସ୍ୟ । ଆଜି ଶୂନ୍ୟକାଳରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିବା ପ୍ରସଙ୍ଗ ଉଠାଇଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଅନୁପସ୍ଥିତିକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ । ପୋଡିୟମ୍ ସାମ୍ନାକୁ ଆସି ହୋହଲ୍ଲା କରିଥିଲେ । ହୋହଲ୍ଲା ପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରଣ୍ଡି ଗୃହକୁ ଆସିଥିଲେ । ଏହାପରେ ଜଣଙ୍କ ପରେ ଜଣେ ଆସିଥିଲେ।

ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଥିଲେ । ବାଚସ୍ପତି କହିଥିଲେ ଯେ, ଗୃହ ଚାଲୁଥିବା ସମୟରେ କିଛି ମନ୍ତ୍ରୀ ଉପସ୍ଥିତ ରହିବା ଦରକାର । ସରକାରୀ ଦଳ ମୁଖ୍ୟ ସଚେତକ ଏ ଦାୟିତ୍ବ ନିଅନ୍ତୁ ବୋଲି ବାଚସ୍ପତି କହିଥିଲେ । କଂଗ୍ରେସ ଓ ବିଜେପି ବିଧାୟକ ଠିକ୍ କହୁଛନ୍ତି । ଗୃହ କାର୍ଯ୍ୟ ଚାଲୁଥିବା ବେଳେ କିଛି ମନ୍ତ୍ରୀ ଉପସ୍ଥିତ ରହିବାକୁ ମୁଖ୍ୟ ସଚେତକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଲେ। ତେବେ ବାଚସ୍ପତିଙ୍କ ରୁଲିଂ ପରେ ଗୃହକୁ ଆସିଥିଲେ ୪ ମନ୍ତ୍ରୀ ଓ ଶାସକ ଦଳର ଅନେକ ବିଧାୟକ ।

ସୂଚନାଯୋଗ୍ୟ ଯେ, ଗତକାଲି ଗୃହରେ ଧାନ କିଣା ଉପରେ ମୁଲତବୀ ଆଲୋଚନା ଚାଲିଥିଲା ସମୟରେ ଶାସକ ଦଳ ଖୁବ୍ କମ୍ ସଦସ୍ୟ ଗୃହରେ ଉପସ୍ଥିତ ଥିଲେ। ଯାହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ପ୍ରସଙ୍ଗ ଉଠାଇଥିଲେ। ନରସିଂହ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଗୃହରେ ରହିବା ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ । ଶାସକ ଦଳର ମାତ୍ର ୧୬ ଜଣ ସଦସ୍ୟ ଗୃହରେ ଉପସ୍ଥିତ ଅଛନ୍ତି ।

   Related Posts