ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣା : ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତିଙ୍କ ରୁଲିଂ

Published By : Prameya-News7 Bureau | July 16, 2019 IST

ଭୁବନେଶ୍ବର ୧୬|୭: ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣାରେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବାକୁ ବାଚସ୍ପତିଙ୍କ ରୁଲିଂ । ଗତକାଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତ୍ତି ରଖିବାକୁ ରୁଲିଂ ଦେଇଥିଲେ । ତେବେ ବିରୋଧୀଙ୍କ ହଟ୍ଟଗୋଳ ପରେ ରୁଲିଂର ପୁନଃବିଚାର କରି ସାନି ରୁଲିଂ ଦେଲେ ବାଚସ୍ପତି ।

ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୬ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଗିରଫ ନେଇ ଡିଜିପି ଆର.ପି. ଶର୍ମା ସୂଚନା ଦେଇଛନ୍ତି ।

ସୂଚନାଯାଗ୍ୟ ଯେ, ଗତ ୧୪ ତାରିଖ ଦିନ ପଟ୍ଟନାୟକିଆ ଛକରେ ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରା ।  ପଟ୍ଟନାୟକିଆ ଛକରେ ଥିବା ଢାବାରୁ କାମ ସାରି ସ୍କୁଟିରେ ଘରକୁ ବାହିରିଥିଲେ ପୂର୍ଣ୍ଣଚନ୍ଦ୍ର  । ହଠାତ୍ ରାସ୍ତାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୩ ଜଣ ଦୁର୍ବୃତ୍ତ । ପୂର୍ଣ୍ଣଚନ୍ଦ୍ର ତଳେ ପଡିଯାଇଥିଲେ । ଅତି ନିର୍ଦ୍ଦୟ ଭାବେ ବାରମ୍ବାର ହାଣି ଚାଲିଥିଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ବଡବାପା ପୁଅ ପଞ୍ଚୁ ବେହେରା । ପୂର୍ଣ୍ଣକୁ ଛାଡି ସେମାନେ ପଞ୍ଚୁଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଏତେ ନିର୍ଦୟ ଥିଲେ ଯେ ସେଇଠି ହାଣି ଚାଲିଥିଲେ । ଏହାପରେ ବାଇକରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପରିବାରର ଆଉ ଜଣେ ସଦସ୍ୟ କୃଷ୍ଣଚନ୍ଦ୍ର । କିଛି ଭାବିବା ପୂର୍ବରୁ କୃଷ୍ଣଙ୍କୁ ମଧ୍ୟ ଶେଷ କରି ଦେଇଥିଲେ ଦୁର୍ବୃତ୍ତମାନେ । ମାତ୍ର କେଇ ମିନିଟ୍‌ ଭିତରରେ ତିନିଜଣଙ୍କୁ ଏମାନେ ହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.