କୁମାରସ୍ବାମୀ ସରକାରକୁ ଝଟ୍‌କା, ବିଧାୟକଙ୍କ ଇସ୍ତଫାର ନିଷ୍ପତ୍ତି ନେବେ ବାଚସ୍ପତି : ସୁପ୍ରିମକୋର୍ଟ

Published By : Prameya-News7 Bureau | July 17, 2019 IST

ନୂଆଦିଲ୍ଲୀ ୧୭|୭: କର୍ଣ୍ଣାଟକ ରାଜନୀତିକୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ରାୟ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ସରକାର ଫ୍ଲୋର ଟେଷ୍ଟ ଦେବେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ କହିଛନ୍ତି ବାଚସ୍ପତିଙ୍କୁ ନିର୍ଣ୍ଣୟ ନେବାକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି । ସେ ସାମ୍ବିଧାନିକ ନିୟମ ଅନୁଯାୟୀ ଯାହା କିଛି ନିର୍ଣ୍ଣୟ ନେଇପାରିବେ । ଇସ୍ତଫା ହେଉ କିମ୍ବା ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ବାଚସ୍ପତିଙ୍କର ହେବ ।

ତେବେ ସୁପ୍ରିମକୋର୍ଟ କହିଛନ୍ତି ବିଦ୍ରୋହୀ ବିଧାୟକଙ୍କ ଉପରେ କିନ୍ତୁ ଫ୍ଲୋର ଟେଷ୍ଟ ନେଇ କୌଣସି ଚାପ ଦିଆଯାଇପାରିବ ନାହିଁ । କାଲି ଶକ୍ତି ପରୀକ୍ଷାରେ କୁମାରସ୍ବାମୀ ସରକାର ପାସ୍ କରିବା କଷ୍ଟ ହେବ ବୋଲି କୁହାଯାଉଛି ।

ଗତକାଲି ମମାଲାର ଶୁଣାଣି ସମୟରେ ବିଦ୍ରୋହୀ ବିଧାୟକମାନେ ଇସ୍ତଫା ପତ୍ରକୁ ମଞ୍ଜୁର କରିବା ଲାଗି ପିଟିସନ ଦାଖଲ କରିଥିଲେ । ଏହା ସହିତ ଅଯୋଗ୍ୟତା ଘୋଷଣା ନେଇ ହୋଇଥିବା କାର୍ଯ୍ୟାନୁଷ୍ଠାନର ବିରୋଧ କରିଥିଲେ । ତେବେ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ବାଚସ୍ପତିଙ୍କ ନିଷ୍ପତ୍ତି ବିଳମ୍ବକୁ ସର୍ବୋଚ୍ଚ ଅଦାଲତଙ୍କ ଭତ୍ସନା କରିବା ସହ ଏ ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.