Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଗୃହରେ ପୁଣି ବାଜିଲା ବିରୋଧ ଘଣ୍ଟ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

7/12/2021 at 4:26 PM

ଭୁବନେଶ୍ବର ୭।୧୨: ଷଷ୍ଠ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଅପରାହ୍ନ ଅଧିବେଶନରେ ବି ପୁର୍ନବାର ଘଣ୍ଟ ବାଜିଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ । ଗୃହ କାର୍ଯ୍ୟ ସ୍ବାଭାବିକ କରିବା ନିମନ୍ତେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ୩୦ ମିନିଟ୍ ପାଇଁ ଗୃହ ମୁଲତବୀ ।

ପୂର୍ବରୁ ଗୃହ ଅଚଳ ନେଇ ପ୍ରତିକ୍ରିୟା ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି କହିଥିଲେ ସୋମବାର ସର୍ବଦଳୀୟ ବୈଠକ ପରେ ଗୃହ ଚାଲିବା ନେଇ ରାସ୍ତା ବାହାରିଥିବା ଆଶା କରାଯାଉଥିଲା । କିନ୍ତୁ ମଙ୍ଗଳବାର ଗୃହ ଆରମ୍ଭରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଘଣ୍ଟ ଘଣ୍ଟା ବାଡେଇ ଗୃହ ମଧ୍ୟ ଭାଗକୁ ଆସି ପ୍ଲା-କାର୍ଡ ପ୍ରଦର୍ଶନ କରିଥିଲେ । ଗୃହ ମଧ୍ୟ ଭାଗରେ ପାଣି ଛିଞ୍ଚିଥିବା ଦେଖିଛି । ଯଦି ସମସ୍ତ ସଦସ୍ୟ ଗୃହ ଚାଲିବ ପାଇଁ ପ୍ରସ୍ତୁତ ନୁହଁନ୍ତି ସେଠାରେ କ’ଣ କରିବି । ବାଚସ୍ପତି ନାଚାର । ଗୃହରେ ବିଶୃଙ୍ଖଳା କଲେ କେତେକ ସଦସ୍ୟଙ୍କୁ ଦଣ୍ଡ ଦିଆଯାଇପାରିବ । ହେଲେ ସମସ୍ତ ସଦସ୍ୟ ବିଶୃଙ୍ଖଳିତ ଆଚରଣ କଲେ ସେଠାରେ କ’ଣ କରାଯାଇପାରିବ ବୋଲି ଅସହାୟ ପ୍ରକାଶ କରିଛନ୍ତି ବାଚସ୍ପତି ।

   Related Posts