Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ବିଧାନସଭାରେ ଅଭିଜିତ ଝଡ: ପ୍ରଶ୍ନକାଳ ବାତିଲ କରି ହେଲା ଆଲୋଚନା, ଆସିଲା ସ୍ବାଧୀକାର ପ୍ରସ୍ତାବ… କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

20/09/2018 at 12:24 PM

ଭୁବନେଶ୍ବର୨୦|୯: ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ଅଭିଜିତ ଆୟାରଙ୍କ ଓଡିଶା ସମ୍ପର୍କିତ ଆପତ୍ତି ଜନକ ମନ୍ତବ୍ୟ ନେଇ ଝଡ ସୃଷ୍ଟି ହୋଇଛି । ଗତକାଲି ଦିଲ୍ଲୀରେ ନ୍ୟୁଜ-୭କୁ ସ୍ବତନ୍ତ୍ର ସାକ୍ଷାତକାର ଦେଲାବେଳେ ଅଭିଜିତ ଯେଉଁଭଳି ଅହଂକାରର ସହିତ କଥାବାର୍ତ୍ତା କରୁଥିଲେ ଏବଂ ଓଡିଶା ବିଧାୟକମାନଙ୍କୁ ମୁର୍ଖ ବୋଲି କହିଥିଲେ ତାକୁ ନେଇ ମଧ୍ୟ ଝଡ ସୃଷ୍ଟି ହୋଇଥିଲା । ଅଭିଜିତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହରେ ସର୍ବ ସମ୍ମତ ମତ ପ୍ରକାଶ ପାଇଛି । ଆପତ୍ତି ଜନକ ମନ୍ତବ୍ୟ ପରିପ୍ରେକ୍ଷୀରେ ଆଜି ପ୍ରଶ୍ନକାଳ ବାତିଲ କରି ଏ ସମ୍ପର୍କରେ ଆଲୋଚନା ପାଇଁ ବାଚସ୍ପତି ଅନୁମତି ପ୍ରଦାନ କରିଥିଲେ । ଆଲୋଚନା ଆରମ୍ଭରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଅଭିଜିତ ଆୟାର ବିରୋଧରେ ସ୍ବଧିକାର ଭଂଗ ପ୍ରସ୍ତାବ ଆଣିଥିଲେ । ଅଭିଜିତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରିଥିଲେ । ଗୃହରେ ଦଳମତ ନିର୍ବିଶେଷରେ ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମତବ୍ୟକ୍ତ କରିଥିଲେ । ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ଅମର ଶତପଥୀ, ବିଧାୟକ ସମୀର ଦାଶ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ବିଧାନସଭାରେ ଅଭିଜିତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଫଳରେ ବାଚସ୍ପତି ଏ ପ୍ରସଂଗରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ସର୍ବଦଳୀୟ ବୈଠକ ଆହ୍ବାନ କରି ଗୃହକୁ ମୁତଲବୀ କରିଥିଲେ ।
ସୂଚନା ଯୋଗ୍ୟ ଯେ, କୋଣାର୍କ ମନ୍ଦିର, ଶ୍ରୀମନ୍ଦିର, ପ୍ରଭୁ ଶ୍ରୀ ଜଗନ୍ନାଥ, ଓଡିଶାର ଇତିହାସ ସମ୍ପର୍କରେ ଅଭିଜିତ ଆୟାର ମିତ୍ର ଆପତ୍ତି ଜନକ ଏବଂ ଅରୁଚିକର ମନ୍ତବ୍ୟ ଟ୍ବିଟ୍‌ରେ ଦେଇଥିଲେ ।

   Related Posts