ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
14/06/2019 at 12:50 PM

ଭୁବନେଶ୍ବର ୧୪|୬: ଆସନ୍ତା ୨୫ରୁ ବିଧାନସଭା ଅଧିବେଶନ । ବିଧାନସଭା ଆରମ୍ଭ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବିଧାନସଭା କିଭଳି ଶୃଙ୍ଖଳିତ ହେବ ଏବଂ କିଭଳି ଗୁଣାତ୍ମକ ଆଲୋଚନା ହୋଇପାରିବ ସେ ନେଇ ସମସ୍ତ ବିଧାୟକ ଦଳ ନେତାଙ୍କ ସହ ଆଲୋଚନା ହେଉଛି । ପ୍ରଥମ ଥର ଲାଗି ଏଭଳି ସର୍ବଦଳୀୟ ବୈଠକ ଡକାଯାଇଛି । ସେପ୍ଟେମ୍ବରରେ ନବ ନିର୍ବାଚିତ ବିଧାକମାନଙ୍କୁ ତାଲିମ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।