Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଧାନ କିଣା ପ୍ରସଙ୍ଗକୁ ନେଇ ଚାଲିପାରୁନି ବିଧାନସଭା, ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

21/11/2019 at 1:05 PM

ଭୁବନେଶ୍ବର ୨୧।୧୧: ଶୂନ୍ୟକାଳରେ ଟୋକନ୍ ତାତି । ଦିନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଗୃହ ଆରମ୍ଭରୁ କଂଗ୍ରେସ ଓ ବିଜେପି ସଦସ୍ୟ ଟୋକନ ପ୍ରସଙ୍ଗ ଉଠାଇ  ହଟ୍ଟଗୋଳ କରିଥିଲେ । ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଗୃହ ସ୍ବାଭାବିକ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।

ସେପଟେ ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ । କଂଗ୍ରେସ ସଦସ୍ୟମାନେ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇଥିଲେ । ସରକାର ଟୋକନ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର ଦାବି କରି କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ବାତିଲ କରି ଏ ପ୍ରସଙ୍ଗ ଆଲୋଚନା ହେଉ ବୋଲି ଦାବି କରିଥିଲେ । କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିବା ସହ ବାଚସ୍ପତି ଏନେଇ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ।

ସେପଟେ ତେଜୁଛି ପଶ୍ଚିମଓଡିଶା ଚାଷୀ ଆନ୍ଦୋଳନ । ଟୋକନ ମାଧ୍ୟମରେ ଧାନ କିଣା ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଅଡ଼ି ବସିଥିବା ପଶ୍ଚିମ ଓଡ଼ିଶାର ଚାଷୀମାନେ କୌଣସି ପ୍ରକାରେ ସାଲିସ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ବାମରାରୁ ବରପାଲି, ଆଜି ୫୪ଟି ଚାଷୀ ସଂଗଠନ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ । ଜିଲ୍ଲାର ୪୨ଟି ଚାଷୀ ସଂଗଠନ ଏନେଇ ଗାଁ ଗାଁରେ ବୈଠକ କରି ଚାଷୀମାନଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ।

ପୂର୍ବଭଳି ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ମଣ୍ଡିରେ ଧାନ ବିକ୍ରି ପାଇଁ ସେମାନେ ଦାବି କରିଛନ୍ତି । ଆଜି ସମ୍ବଲପୁରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ପ୍ରତିନିଧିଙ୍କ ସହ ଚାଷୀ ନେତା ଆଲୋଚନା କରିବେ । ଆଗରୁ ଧାନ ଗାଡି ରଖି ଚାଷୀମାନେ ଜିଲ୍ଲାପାଳଙ୍କ ବାସଭବନ ଏବଂ ପଶ୍ଚିମଓଡିଶା ବିଧାୟକଙ୍କ ବାସଭବନ ଘେରାଉ କରିଥିଲେ ।

ସେପଟେ ବରଗଡ଼ରେ ମଧ୍ୟ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ତୀବ୍ର ବିରୋଧ । ଅତାବିରା ଥାନା ଗୋଡଭଗା ଜାତୀୟ ରାଜପଥରେ ଧାନ ଢାଳିବା ସହ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଗତକାଲି ବିଳମ୍ବିତ ରାତି ଯାଏ ଜିଲ୍ଲାପାଳ ଚାଷୀ ସଂଗଠନଙ୍କ ସହ ଆଲୋଚନା କରିଥିଲେ ବି କିଛି ନିର୍ଯ୍ୟାସ ବାହାରିପାରିନି । ସେହିପରି ଅତାବିରା ପୋଲିସ ଷ୍ଟେସନରେ ଡିଆଇଜି ହିମାଂଶୁ ଲାଲଙ୍କ ସହ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି । ତେଣୁ ଦାବି ପୂରଣ ପାଇଁ ଆଜି ଚାଷୀ ସଙ୍ଗଠନଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

   Related Posts