ଇଣ୍ଟର୍ଣ୍ଣଶିପ୍‌ କରୁଥିବା ଯୁବତୀଙ୍କ ସହ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 16, 2019 IST

ଗୁରୁଗ୍ରାମ୧୬|୬:  ଜଣେ ୨୩ ବର୍ଷ ବୟସ୍କା ଯୁବତୀଙ୍କୁ ତାଙ୍କ ଫେସ୍‌ବୁକ୍‌ ସାଙ୍ଗ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ପିଡୀତା ଜଣେ ସ୍ପାନିଶ ଯୁବତୀ ଥିଲେ। ଏହି ସ୍ପାନିଶ ଯୁବତୀ କିଛି ଦିନ ହେବ ହରିଆଣାର ଗୁରୁଗ୍ରାମ୍‌ରେ ରହୁଥିଲେ। ପୋଲିସର ସୂଚନା  ଅନୁସାରେ କିଛି ସପ୍ତାହ ପୂର୍ବରୁ ପିଡୀତା ସ୍ପେନ୍‌ର ଏକ ବହୁରାଷ୍ଟ୍ରିୟ କମ୍ପାନୀରେ ଇଣ୍ଟର୍ଣ୍ଣଶିପ୍‌ କରିବା ପାଇଁ ଗୁରୁଗ୍ରାମ ଆସିଥିଲେ। ସେଠାରେ ସେ ଏକ ଘର ଖୋଜୁଥିଲେ। ଘର ଖୋଜୁଥିବା ନେଇ ସେ ଫେସ୍‌ବୁକ୍‌ରେ ମଧ୍ୟ ପୋଷ୍ଟ କରିଥିଲେ।  

ଗୁରୁଗ୍ରାମ ପୋଲିସର ପିଆରଓ ଶୁଭାଷ ବୋକେନଙ୍କ ଅନୁସାରେ ସୋସିଆଲ ମିଡିଆ ଦ୍ବାରା ଦିଲ୍ଲୀ ନିବାସି ଅଜନ୍ୟ ନାଥ ସଂପୃକ୍ତ ଯୁବତୀଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତ ଅଜନ୍ୟ ଯୁବତୀଙ୍କୁ ଘର ଖୋଜିବାରେ ସାହାଯ୍ୟ କରିବେ ବୋଲି କହିଥିଲେ। ସେହି ବାହାନାରେ ସେ ତାଙ୍କ ସହ ସାଙ୍ଗ ହୋଇଥିଲେ। ଏହା ପରେ ଚଳିତ ମାସ ୧୪ ତାରିଖରେ ଅଭିଯୁକ୍ତ ଯୁବତୀଙ୍କୁ ଏକ ଡିନର୍‌ ପାର୍ଟିରେ ନିମନ୍ତ୍ରଣ କରିଥିଲେ। ଏହି ଡିନର୍‌ ପାର୍ଟି ପାଇଁ ଅଭିଯୁକ୍ତ ପିଡୀତାଙ୍କୁ ଏକ ଫ୍ଲାଟ୍‌କୁ ନିମନ୍ତ୍ରଣ କରିଥିଲେ। ଫ୍ଲାଟ୍‌ରେ ସେ ପୀଡିତାଙ୍କ ସହ ଦୁର୍ବ୍ୟବହାର କରି ତାଙ୍କୁ ଦୁଷ୍କର୍ମ କରିଥିଲେ।

ଘଟଣା ପରେ ପୀଡିତା ଗୁରୁଗ୍ରାମରେ ସ୍ଥିତ ସେକ୍ଟର ୧୦ର ଏକ ସିଭିଲ୍‌ ହସପିଟାଲ୍‌ ଯାଇ ପହଞ୍ଚିଥିଲେ। ସେଠାରେ ଚିକିତ୍ସା ହେବା ସମୟରେ ଡାକ୍ତରଖାନାର କର୍ତ୍ତୃପକ୍ଷ ପୋଲିସକୁ ଦୁଷ୍କର୍ମ ସମ୍ବନ୍ଧରେ ଜଣାଇଥିଲେ। ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣା ଘଟିବା ପର ଦିନ ପୋଲିସ ଅଭିଯୁକ୍ତ ଘରେ ଚଢଉ କରି ତାକୁ ଗିରଫ କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.