Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଏବେ ଆଉ ଅନାଥ ନୁହଁନ୍ତି ଆଦିତ୍ୟ : ରାସ୍ତା କଡରୁ ଉଦ୍ଧାର ହୋଇଥିଲେ, କୋଳେଇ ନେଲେ ସ୍ପେନୀୟ ଦମ୍ପତ୍ତି

19/11/2020 at 3:06 PM

ଜୟପୁର ୧୯।୧୧: ସାହାରା ପାଇଲା ଅନାଥ ଶିଶୁ । ଗତ ୨ ବର୍ଷ ତଳୁ ମାଲକାନଗିରି ଜିଲ୍ଲାର ରାସ୍ତା କଡରୁ ଉଦ୍ଧାର ହୋଇଥିବା ଅନାଥ ଶିଶୁ ଆଦିତ୍ୟକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ସ୍ପେନୀୟ ଦମ୍ପତ୍ତି । ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକିୟା ସରିବା ପରେ ଜିଲ୍ଲା ପ୍ରଶାସନ ଦୁଇ ବର୍ଷର ଶିଶୁ ପୁତ୍ରକୁ ହସ୍ତାନ୍ତର କରିଛନ୍ତି ।

ଆଦିତ୍ୟକୁ ପାଇ ସ୍ପେନୀୟ ଦମ୍ପତ୍ତି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଦୁଇ ବର୍ଷ ତଳେ ମାଲକାନଗିରି ଜିଲ୍ଲାରୁ ରାସ୍ତା କଡରୁ ଉଦ୍ଧାର ଶିଶୁକୁ କୋରାପୁଟ ଜିଲ୍ଲାର ଦଶମନ୍ତପୁର ସ୍ଥିତ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯାଇଥିଲା । ପରିଚର୍ଯ୍ୟା କେନ୍ଦ୍ରର କର୍ମଚାରୀ ଓ ଅନ୍ତେବାସୀ ଶିଶୁଟିକୁ ଅତି ଯତ୍ନ ଓ ଆଦରରେ ଲାଳନ ପାଳନ କରିଥିଲେ । ପୋଷ୍ୟ ସନ୍ତାନ ପାଇଁ ସ୍ପେନୀୟ ଦମ୍ପତ୍ତି ଅନଲାଇନରେ ଆବେଦନ କରିଥିଲେ ।

   Related Posts