ଜୁଲାଇରୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୧୪ ଦିନିଆ କ୍ଵାରେଣ୍ଟାଇନ ନିୟମ ଶେଷ କରିବ ସ୍ପେନ

Published By : Prameya-News7 Bureau | May 26, 2020 IST

ମେଡ୍ରିଡ ୨୬/୦୫ : ବିଦେଶ ଯାତ୍ରୀଙ୍କ ପାଇଁ କ୍ଵାରେଣ୍ଟାଇନ ନିୟମ ଶେଷ କରିଦେଇଛି ସ୍ପେନ | ପୂର୍ବରୁ ବିଦେଶୀ ଯାତ୍ରୀଙ୍କ ପାଇଁ ଦୁଇ ସପ୍ତାହର କ୍ଵାରେଣ୍ଟାଇନ ନିୟମ ଅନିବାର୍ଯ୍ୟ ଥିଲା | କିନ୍ତୁ ବର୍ତ୍ତମାନ ଏହି ନିୟମ ହଟାଇ ଦିଆଯାଇଛି | ଏକ ସଂକ୍ଷିପ୍ତ ବୟାନରେ ସରକାର କହିଛନ୍ତି ଯେ, ସୋମବାର ବସିଥିବା କ୍ୟାବିନେଟ ବୈଠକରେ ଅନିବାର୍ଯ୍ୟ ପୃଥକବାସ ନିୟମ ହଟାଇବାକୁ କ୍ୟାବିନେଟ ମନ୍ତ୍ରୀମାନେ ନିଷ୍ପତ୍ତି ନେଇଥିଲେ |

{"id":276479,"width":575,"height":383,"sizeSlug":"large"}

ଗତ ସପ୍ତାହରେ ସ୍ପେନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ବିଦେଶୀ ନାଗରିକ ତାଙ୍କ ଦେଶକୁ ଯାତ୍ରା କରିପାରିବେ | ସରକାର ସ୍ପେନରେ ସୁରକ୍ଷିତ କରିଡର ତିଆରି କରିବାକୁ ବିଚାର କରୁଛନ୍ତି ଯେଉଁଠାରେ ମହାମାରୀ ନିୟନ୍ତ୍ରଣରେ ରହିଛି | ଏହିଭଳି କରିଡର ସେ ୟୁରୋପରେ ମଧ୍ୟ କରିବାକୁ ଚାହୁଁଛନ୍ତି | କାରଣ ୟୁରୋପ ପର୍ଯ୍ୟଟକଙ୍କ ପ୍ରମୁଖ ସ୍ଥାନ |

{"id":276482,"sizeSlug":"large"}

ୟୁରୋପୀୟ ସଂଘ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସୀମା ଖୋଲିବା ନେଇ ବର୍ତ୍ତମାନ କୌଣସି ଆଲୋଚନା ହୋଇନାହିଁ |

{"id":276483,"width":581,"height":313,"sizeSlug":"large"}

ସୂଚନାଯୋଗ୍ୟ ଯେ, ସ୍ପେନ ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରୁ ଗୋଟିଏ ଯେଉଁଠାକୁ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି | ଏଠାକୁ ବର୍ଷକୁ ୮ କୋଟି ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି | ସ୍ପେନର ସକଳ ଘରୋଇ ଉତ୍ପାଦନ ମଧ୍ୟରୁ ୧୨ ପ୍ରତିଶତ ପର୍ଯ୍ୟଟନ କ୍ଷେତ୍ରରୁ ଆସିଥାଏ | ସ୍ପେନର କେନେରୀ ଓ ବେଲିୟାଋକ ଦ୍ବୀପର ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ଏହା ମହତ୍ଵପୁର୍ଣ |

{"id":276484,"width":583,"height":388,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.