ସ୍ପେନରେ ରାଷ୍ଟ୍ରଦୂତ ହେଲେ ଓଡିଆ ଆଇଏଫଏସ ଦିନେଶ କୁମାର ପଟ୍ଟନାୟକ, ଖୁବ ଶୀଘ୍ର ନେବେ ଦାୟିତ୍ୱ

Published By : Prameya-News7 Bureau | November 02, 2021 IST

ଭୁବନେଶ୍ୱର ୦୨/୧୦ ଓଡ଼ିଆ ଆଇଏଫ୍‌ଏସ୍‌ ଅଫିସର ଦିନେଶ କୁମାର ପଟ୍ଟନାୟକ ସ୍ପେନ୍‌ରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତି ପାଇଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଦିନେଶ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ବା ଆଇସିସିଆରର ମହାନିର୍ଦ୍ଦେଶକ ଅଛନ୍ତି । ସେ ୧୯୯୦ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିବାରୁ ସେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଦିନେଶ ଖୁବ୍‌ଶୀଘ୍ର ସ୍ପେନ୍‌ରେ ଏହି ଦାୟିତ୍ୱ ନେବେ ।

ପୂର୍ବରୁ ସେ ଜେନେଭା, ଢାକା, ବେଜିଂ ଓ ଭିଏତ୍‌ନାମାସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଥିଲେ । ଏହାସହ ୟୁରୋପ, ଆଫ୍ରିକା ଓ ଜାତିସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଭିଏତ୍‌ନାମାରେ ଡେପୁଟି ଆମ୍ବାସାଡର୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ କାମ୍ବୋଡିଆର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିସହିତ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ସେ ଲଣ୍ଡନରେ ଡେପୁଟି ହାଇ କମିଶନର ଭାବେ ନିଯୁକ୍ତି ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.