Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସ୍ପେନରେ ହଟିଲା କୋଭିଡ କଟକଣା : ନାଚ ଗୀତ ସହ ରାସ୍ତାରେ ହେଲା ସେଲିବ୍ରେସନ

10/05/2021 at 10:01 AM

ସ୍ପେନ ୧୦/୫ : ଧୀରେ ଧୀରେ କରୋନାକୁ ମାତ୍ ଦେଉଛନ୍ତି ବଡ ବଡ ରାଷ୍ଟ୍ର । ଗତକାଲି ସ୍ପେନରେ ହଟିଛି କୋଭିଡ କଟକଣା । ଏହାସହ ରାତ୍ରକାଳୀନ କର୍ଫ୍ୟୁ ବି ପ୍ରତ୍ୟାହାର କରାଯାଇଛି । ଫଳରେ ଲୋକେ ରାତିରେ ନାଚ ଗୀତ ସହ ରାସ୍ତା ଉପରେ ସେଲିବ୍ରେସନ କରିଛନ୍ତି । ତେବ ଆଶ୍ଚର୍ଯର କଥା ମାଦ୍ରିଦ ପୋଲିସ ପୁଏର୍ଟା ଡେଲ ସୋଲ ଛକ ବାହାରେ ଥିବା ଲୋକଙ୍କୁ ମାସ୍କ ନ ପିନ୍ଧି ନାଚିବାକୁ କହିଥିଲା । ଏହି ଦୃଶ୍ୟ ବୟାନ କରୁଥିଲା କୋଭିଡ ପୂର୍ବର ସ୍ଥିତି । ମହାମାରୀ ପୂର୍ବର ସମୟକୁ ମନେପକାଇଥିଲେ ସଭିଏଁ ।

ପ୍ରତିବନ୍ଧକ ହଟାଯିବା ପରେ ପ୍ରେମୀଯୁଗଳ ସବୁ ବାର୍ସିଲୋନାର ମୁଖ୍ୟ ବର୍ଗ ଏବଂ ସମୁଦ୍ର କୂଳରେ ଏକାଠି ହୋଇଥିଲେ । ବନ୍ଧୁମାନଙ୍କ ସହ ଆସିଥିବା ଜୁଆନ୍ କେଦଭିଦ୍ କହିଛନ୍ତି ଯେ ନିଜକୁ ସ୍ୱାଧୀନ ଅନୁଭବ କରୁଛି । କୋଭିଡ -19 ହେତୁ ଏହା ଟିକେ ଭୟାନକ, ତଥାପି ମୁଁ ଲୋକଙ୍କ ସହ ଏକାଠଇ ରହବିକାୁ ଚାହୁଁଛି । ମହାମାରୀ ପାଇଁ ଗତ ସାତ ମାସ ଧରି ବନ୍ଦ ହୋଇପଡିଥିଲା ରେଷ୍ଟୁରାଣ୍ଟ । ଏବେ ଖୋଲିବାର ସମ୍ଭାବନା ଦେଖାଦେଇଥିବାରୁ ବାର୍ସିଲୋନା ନିବାସୀ ୨୫ ବର୍ଷ ଯୁବକ ଖୁସି ବ୍ୟକ୍ତି କରିଛନ୍ତି । ସ୍ଥାନୀୟ ରେଷ୍ଟୁରାଣ୍ଟଗୁଡିକ ରବିବାର ଠାରୁ ପୁନର୍ବାର ରାତ୍ରୀ ଭୋଜନ କରିବାକୁ ସକ୍ଷମ ହୋଇଛନ୍ତି ।

ଏହାସହ ରାତି ୧୧ଟା ପର୍ଯ୍ୟନ୍ତ ଖୋଲାଯିବାକୁ ବି ନିଷ୍ପତ୍ତି ହୋଇଛି । ତଥାପି, ଟେବୁଲ ପ୍ରତି ଚାରି ଜଣଙ୍କର ସୀମା ଅଛି । ଭିତରେ ଖାଇବା ପାଇଁ ସୀମା ୩୦ ପ୍ରତିଶତ ଲୋକଙ୍କୁ ପରମିସନ ଦିଆଯିବ । ମାଦ୍ରିଦ ପୋଲିସ କହିଛି ଯେ କର୍ଫ୍ୟୁ ସମାପ୍ତ ହୋଇଛି, ମହାମାରୀ ସମାପ୍ତ ହୋଇନି । ଆମକୁ ଜଗିରଖି ଚଳିବାକୁ ପଡିବ । ଅଯଥା ଏଣେତେଣେ ନବୁଲି ଗାଇଡଲାଇନ ମାନି ଚାଲିବାକୁ ହେବ ।

   Related Posts