Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

କରୋନା କ୍ଷତିଗ୍ରସ୍ତଙ୍କ ଠାରୁ ସହାୟତା ନେବ ଅନ୍ୟଦେଶ : ଚୀନ୍‌ରୁ ୪୬୭ନିୟୁତ ଡଲାରର ଡାକ୍ତରୀ ସାମଗ୍ରୀ-ଔଷଧ କିଣିବ ସ୍ପେନ୍

26/03/2020 at 2:04 PM

ସ୍ପେନ୍‌ ୨୬।୦୩: ସାରାବିଶ୍ବରେ କରୋନା ସ୍ଥିତି ଭୟାନକ ରହିଛି । ବର୍ତ୍ତମାନ ସୁଦ୍ଧା କରୋନାରେ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ବିଶ୍ନର ସାରାଦେଶ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାଭିତରେ ଚୀନ୍‌ରୁ ମେଡିକାଲ୍‌ ଚିକିତ୍ସା ସାମଗ୍ରୀ କିଣିବ ବୋଲି ଘେଷଣା କରିଛି । ଚୀନ୍‌ରୁ ୪୬୭ ମିଲିୟନ୍‌ ଡଲାର ମୁଲ୍ୟର ସାମଗ୍ରୀ କିଣାଯିବ ବୋଲି ସ୍ପେନ୍‌ ସ୍ୱାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ।

ସ୍ପେନ୍‌ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ପେନ୍‌ ରାଷ୍ଟ୍ରପତି କିଛିଦିନ ତଳେ ଚୀନ୍‌ ରାଷ୍ଟ୍ର ମୁଖ୍ୟଙ୍କ ସହିତ ଫୋନରେ କଥା ହୋଇଥିଲେ । ଏହି କଥାବାର୍ତ୍ତା ସମୟରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଚୁକ୍ତିନାମା ନେଇ ଆଲୋଚନା କରାଯାଇଥିଲା । ଏବଂ ପରେ ଏଥିରେ ହସ୍ତାକ୍ଷର କରାଯାଇଛି ।  ତେବେ କିଣାଯିବା ଥିବା ସାମଗ୍ରୀ ମଧ୍ୟରେ ୫୫୦ ମିଲିୟନ୍ ମାସ୍କ, ୫.୫ ମିଲିୟନ୍‌ ତ୍ବରିତ ପରୀକ୍ଷା ପାଇଁ କିଟ୍‌, ୯୫୦ ଭେଣ୍ଟିଲେଟର, ୧୧ମିଲିୟନ୍‌ ଗ୍ଲୋଭସ୍‌ ସାମିଲ ଅଛି । ତେବେ ଏହି ସବୁ ସାମଗ୍ରୀ ସ୍ପେନ୍‌ରେ ଆଗାମୀ ଆଠ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା କାର୍ଯ୍ୟ ଲାଗୁ ହେବ । ଏହା ବ୍ୟତୀତ ସ୍ପେନ୍‌ରୁ ଦୁଇଟି କମ୍ପାନୀ ମଧ୍ୟ ଚିକିତ୍ସା ସାମଗ୍ରୀ ମଧ୍ୟ ଉତ୍ପାଦନ କରୁଛନ୍ତି ।

ତେବେ ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା ନେଇ ମନ୍ତ୍ରୀ କହିଛନ୍ତି ଯେ, ପରିସ୍ଥିତି ଉପରେ କଡା ନଜର ରଖାଯାଇଛି । ଆଗାମୀ ସପ୍ତାହ ଆମ ପାଇଁ କଠିନ ସମୟ ଆସୁଛି । ଯାହାକି ମୃତ୍ୟୁ ସଂଖ୍ୟା ବଢିପାରେ , ତେବେ ଏସବୁ କିପରି ଆମେ ରୋକିପାରିବୁ ସେ ଦିଗରେ କାମ ଜାରି ରହିଛି । ସ୍ପେନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩,୬୪୭ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏବଂ ଏହି ମାରାତ୍ମକ ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୯, ୫୧୫ ଲୋକ  ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

   Related Posts