Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା : ପୂର୍ବତନ ଖଣି ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୫୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଶ୍ରୀମନ୍ଦିରରେ ପବିତ୍ର ବିଜୟାଦଶମୀ, ସୁନାବେଶ ବା ରାଜରାଜେଶ୍ବର ବେଶରେ ସଜ୍ଜିତ ଶ୍ରୀଜିଉ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||

ସମ୍ବଲପୁରରେ ଅନ୍ତର୍ଜାତୀୟ ସମ୍ବଲପୁରୀ ନୃତ୍ୟ ମହୋତ୍ସବ : ଡାଲ୍‌ଖାଇ ଓ ରଙ୍ଗବତୀର ତାଳେ ତାଳେ ନାଚିଲେ ଜାପାନ ଓ ସ୍ପେନ୍ କଳାକାର

31/12/2018 at 4:23 PM

ସମ୍ବଲପୁର ୩୧|୧୨: ସମ୍ବଲପୁରରେ ଅନ୍ତର୍ଜାତୀୟ ସମ୍ବଲପୁରୀ ନୃତ୍ୟ ମହୋତ୍ସବ । ବିଦେଶୀ କଳାକାରମାନେ ସମ୍ବଲପୁରୀ ବାଦ୍ୟର ତାଳେତାଳେ ନୃତ୍ୟ କରି, ଉପସ୍ଥିତ ଦର୍ଶକଙ୍କ ମନ ମୋହିପଛନ୍ତି । ଜାପାନ ଓ ସ୍ପେନ୍‌ରୁ ଆସିଥିବା କଳାକାରମାନେ ଓଡିଆରେ ନିଜର ଅଭିଜ୍ଞତା ପ୍ରକାଶ କରିବା ସହ, ସମ୍ବଲପୁରର କଳା, ଐତିହ୍ୟ ଓ ପରମ୍ପରାକୁ ଢେର ପ୍ରସଂଶା କରିଛନ୍ତି ।

ସମ୍ବଲପୁରର ଶୀତୁଆ ସଂଧ୍ୟାକୁ ଉଷ୍ମ କଲେ ବିଦେଶୀ କଳାକାର ।  ସ୍ଥାନୀୟ କଳାକାରଙ୍କ ସହ ବିଦେଶୀ କଳାକାର ମାନେ, ଢୋଲ୍‌, ମାଦଲ, ନିଶାନ ଓ ତାସାର ତାଳେ ସମ୍ବଲପୁର ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନମୋହିଛନ୍ତି । ଚୁଟ୍‌କୁଚୁଟା,ରସର୍‌କେଲୀ,ମାଏଲାଜଡ, ଡାଲ୍‌ଖାଇ ଓ ରଙ୍ଗବତୀ ଆଦିକୁ ଅତି ନିଖୁଣ ଭାବେ ଦର୍ଶକଙ୍କୁ ଭେଟି ଦେଇଥିଲେ କଳାକାରମାନେ । ବିଦେଶୀ କଳାକାରଙ୍କ  ରସ,ଲୟ ଓ ତାଳକୁ ସତରେ ଦେଖିଲା ଭଳି । ସ୍ଥାନୀୟ ତପସ୍ବନୀ ପ୍ରେକ୍ଷାଳୟରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ବଲପୁରୀ ନୃତ୍ୟ ଓ ଗୀତର ଆସରରେ ସୁଦୂର ଜାପାନ ଓ ସ୍ପେନ୍‌ରୁ ଦୁଇଟି କଳାକାର ଦଳ ଅଂଶ ଗ୍ରହଣ କରିବା ସହ, ବିଦେଶରେ ସମ୍ବଲପୁରୀ ନୃତ୍ୟର କେତେ ଆଦର ତାହା ପ୍ରମାଣ କରିଦେଇଥିଲେ ।

ସମ୍ବଲପୁରର ଅଭୟ ଆର୍ଟ ଏକାଡେମୀ ପକ୍ଷରୁ ଆୟୋଜିତ  ହୋଇଥିଲା ଏହି ନୃତ୍ୟ ମହୋତ୍ସବ। ଏଥିରେ ଦୁଇଟି ବିଦେଶୀ କଳାକାର ଦଳ ସହ,ଓଡିଶାର ବହୁ ପ୍ରତିଷ୍ଠିତ ସମ୍ବଲପୁରୀ ନୃତ୍ୟଦଳ ଅଂଶ ଗ୍ରହଣ କରିଥିଲେ। ଆସନ୍ତାଦିନରେ ଏଭଳି ନୃତ୍ୟ ମହୋତ୍ସବ ଆୟୋଜନ କରିବା ସହ, ପଶ୍ଚିମଓଡିଶାର କଳାକୁ ବିଦେଶରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଆୟୋଜକ ।

ପୂର୍ବରୁ ଅନ୍ତର୍ଜାତୀୟ ଓଡିଶୀ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ, ପ୍ରଥମଥର ପାଇଁ ସମ୍ବଲପୁରରେ, ଅନ୍ତର୍ଜାତୀୟ ସମ୍ବଲପୁରୀ ନୃତ୍ୟ ମହୋତ୍ସବ ସଫଳତାର ସହ ଆୟୋଜନ କରାଯାଇପାରିଛି। ଆସନ୍ତାଦିନରେ ଏଭଳି କାର୍ଯ୍ୟକ୍ରମ ଅଧିକ ଆୟୋଜନ କରାଗଲେ, ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟଯନ୍ତ୍ର ପ୍ରତି ଲୋକପ୍ରିୟତା ବଢିବା ଆଶା କରାଯାଉଛି ।

   Related Posts