Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ଭାରତର ରେକର୍ଡ ଭାଙ୍ଗିଲା SpaceX, ଗୋଟିଏ ରକେଟ୍‌ରେ ପଠାଇଲା ୧୪୩ ସାଟେଲାଇଟ୍

25/01/2021 at 8:54 AM

ନୂଆଦିଲ୍ଲୀ ୨୫।୦୧ : ମହାକାଶରେ ପୁଣି ଇତିହାସ ରଚିଛି ସ୍ପେସ୍‌ ଏକ୍ସ (SpaceX) । ଯାହାକି ଏକ ବିଶ୍ୱ ରେକର୍ଡ଼ । ଏହାପୂର୍ବରୁ ଏହି ରେକର୍ଡ ଭାରତରେ ନାମରେ ଥିଲା । କିନ୍ତୁ ଏବ ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ନାଁରେ ହୋଇଛି । ବ୍ୟବସାୟୀ ଏଲନ୍‌ ମାସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ (SpaceX) ନାଁରେ ଏହି ବିଶ୍ୱ ରେକର୍ଡ ହୋଇଛି ।

କମ୍ପାନୀ ମହାକାଶକୁ ଏକାସାଙ୍ଗେ ୧୪୩ ଟି ସାଟେଲାଇଟ୍‌ ପଠାଇଛି । ଯାହାକି ଏକ ରେକର୍ଡ । ଏହାପୂର୍ବରୁ ଏହି ରେକର୍ଡ ଭାରତ ନାଁରେ ଥିଲା । ୨୦୧୭ରେ ଭାରତ ଏକସାଙ୍ଗେ ୧୦୪ଟି ସାଟେଲାଇଟ୍‌ ଲଞ୍ଚ କରି ରେକର୍ଡ ସୃଷ୍ଟି କରିଥିଲା । କିନ୍ତୁ ଏବେ ଏହି ରେକର୍ଡ ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ (SpaceX) ନାଁରେ ହୋଇଛି ।

ତେବେ ଭାରତୀୟ ସମୟନୁସାରେ ରବିବାର ବିଳମ୍ବିତ ରାତିରେ ଏହି ସାଟେଲାଇଟ୍‌ ଲଞ୍ଚ କରାଯାଇଛି । ଏହାପୂର୍ବରୁ ଏହି ସାଟେଲାଇଟ୍‌କୁ ଡିସେମ୍ବରରେ ଲଞ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ କିଛି  ବୈଷୟିକ ତ୍ରୁଟି ଲାଗି ସାଟେଲାଇଟ୍‌ ଲଞ୍ଚକୁ ଘୁଞ୍ଚାଯାଇଥିଲା । ଶନିବାର ଦିନ ଖରାପ ପାଣିପାଗ ପାଇଁ ମଧ୍ୟ ପୁଣି ଥରେ ସାଟେଲାଇଟ ଲଞ୍ଚକୁ ସ୍ଥଗିତ ରକାଯାଇଥିଲା ।

ଶେଷରେ କମ୍ପାନୀ ପକ୍ଷରୁ ସାଟେଇଲାଇଟ୍‌କୁ ଲଞ୍ଚ କରାଯାଇଛି । ସ୍ପେସ୍‌ ଏକ୍ସ କମ୍ପାନୀ ଏହି ସମସ୍ତ ସାଟେଲାଇଟ୍‌କୁ Falcon 9ରେ ଲଞ୍ଚ କରିଛି । ଫ୍ଲୋରିଡ଼ାର କେପ କେନିଭାର୍ଲରେ ଭାରତୀୟ ସମୟ ମୁତାବିକ ରାତି ୮ଟା ୩୧ ମିନିଟରେ Falcon 9 ରକେଟ ଲଞ୍ଚ କରାଯାଇଥିଲା । ଏହି ରକେଟକୁ ଭାରତ ଉପରେ ଉଡି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଇସ୍ରୋ ପକ୍ଷରୁ ବେଙ୍ଗାଲୁରୁରେ ଏହା ସିଗ୍‌ନାଲ୍‌କୁ ଟ୍ରାକ କରାଯାଇଥିଲା ।

ଏହାପୂର୍ବରୁ ସ୍ପେସ୍‌ ଏକ୍ସ କମ୍ପାନୀ  ସର୍ବାଧିକ ୪୮ଟି ସାଟେଲାଇଟ୍‌ ମହାକାଶକୁ ପଠାଇଥିଲା । ଏକ ଘରୋଇ କମ୍ପାନୀ ସାଟେଲାଇଟ୍‌‌ ମହାକାଶକୁ ପଠାଇବା ପ୍ରଥମ ଘଟଣା ଥିଲା ।  ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ ସାଟେଲାଇଟ୍‌ ଲଞ୍ଚ କରିବା ପାଇଁ ୧୦ଲକ୍ଷ ଡଲାର ନେଇଥାନ୍ତି ।

   Related Posts