ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯/୦୯: ମହାକାଶ ଯାତ୍ରା କରି ଫେରିଲେ ୪ ସାଧାରଣ ନାଗରିକ । ସମୁଦ୍ରରେ ଓହ୍ଲାଇଲା ସ୍ପେସଏକ୍ସର ଡ୍ରାଗନ ରକେଟ୍ । ପୃଥିବୀ କକ୍ଷରେ ୩ ଦିନ ପରିକ୍ରମା କରିବା ପାଇଁ ୪ଜଣ ବ୍ୟକ୍ତି ଏକ ଘରୋଇ ଉଡାଣରେ ବାହାରିଥିଲେ । ଏବେ ଏହି ୪ ଜଣ ପୃଥିବୀ ପରିକ୍ରମା କରି ସଫଳତାପୂର୍ବକ ଫେରି ଆସିଛନ୍ତି । ଏମାନଙ୍କୁ ଆମେରିକା କେନେଡି ସ୍ପେଶ ସେଣ୍ଟରରୁ ନେଇଯାଇଥିବା ସ୍ପେସଏକ୍ସର ଡ୍ରାଗନ ରକେଟ ୩ ଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରିବା ପରେ ସଫଳ ଭାବେ ସମୁଦ୍ରରେ ଓହ୍ଲାଇଛି ।

ଏମାନେ ପୃଥିବୀ କକ୍ଷରେ ପରିକ୍ରମା କରିଥିବା ପ୍ରଥମ ସାଧାରଣ ନାଗରିକ। ଇନସ୍ପିରେଶନ ୪ ର ୪ ଜଣ ମହାକାଶ ଯାତ୍ରୀ ପାରାଶୁଟ ସହାୟତାରେ ଆମେରିକା ସମୟ ଅନୁସାରେ ଶନିବାର ସନ୍ଧ୍ୟା ୭ଟାରେ ଆଟଲାଣ୍ଟିକ ମହାସାଗରରେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ।

wp:html /wp:html

ସେପ୍ଟେମ୍ବର ୧୬ରେ ଭାରତୀୟ ସମୟ ଭୋର ୫ଟା ୩୩ରେ ଏମାନେ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରୁ ମହାକାଶ ଯାତ୍ରା କରିଥିଲେ । ଏହି ମହାକାଶ ଯାନ ପ୍ରଥମଥର ଲାଗି ସାଧାରଣ ନାଗରିକଙ୍କୁ ନେଇ ପୃଥିବୀ କକ୍ଷରେ ଲଞ୍ଚ ହୋଇଥିଲା । ଆଉ ଏହି ରକେଟରେ ଥିବା ସମସ୍ତ ଯାତ୍ରୀ ପେଶାରେ ମହାକାଶ ଯାତ୍ରୀ ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.