Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଷ୍ଟାରସିପ୍ ରକେଟ ଲଞ୍ଚିଂ ବେଳେ ଲାଇସେନ୍ସର ଉଲଙ୍ଘନ କରିଛି ସ୍ପେସ୍ ଏକ୍ସ, ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ

31/01/2021 at 12:34 PM

ନୂଆଦିଲ୍ଲୀ,୩୧/୦୧: ପୁଣି ଥରେ ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସ ଚର୍ଚ୍ଚାରେ ରହିଛି । ଏବେ କୌଣସି ସଫଳତା ପାଇଁ ନୁହେଁ ବରଂ ଲାଇସେନ୍ସର ଉଲ୍ଲଙ୍ଘନ କରି ଚର୍ଚ୍ଚାରେ ରହିଛି ସ୍ପେସ୍ ଏକ୍ସ । ଏନେଇ ଦି ଭର୍ଜ ନାମକ ଏକ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ସ୍ପେସ୍ ଏକ୍ସ ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଟେଷ୍ଟ୍ ଲାଇସେନ୍ସର ଉଲ୍ଲଙ୍ଘନ କରିଛି । ଏକ ରକେଟର ପରୀକ୍ଷଣ ବେଳେ କମ୍ପାନୀ ଏହି ଉଲ୍ଲଙ୍ଘନ କରିଛି । ଷ୍ଟାରସିପ୍ ରକେଟର ପରୀକ୍ଷଣ ବେଳେ ଏହା ସାମ୍ନାକୁ ଆସିଛି ।

ଷ୍ଟାରସିପ୍ ରକେଟଟି ଉତକ୍ଷେପଣ ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ରକେଟକୁ ୧୦୦ ଟନ୍ ଓଜନର ଜିନିଷ ଓ ମନୁଷ୍ୟକୁ ଚନ୍ଦ୍ର ଓ ମଙ୍ଗଳ ପୃଷ୍ଠକୁ ନେବା ପାଇଁ ବିକଶିତ କରାଯାଇଥିଲା । ଏହା ୪୧୦୦୦ ଫୁଟ୍ ଉଚ୍ଚତାକୁ ଯାଇଥାନ୍ତା । ଏହାର ଇଞ୍ଜିନକୁ ସ୍ପେସ ଏକ୍ସ ପ୍ରଥମ ଥର ପାଇଁ ତିଆରି କରିଥିଲା । ତେବେ ଏହି ରକେଟ ଧାର୍ଯ୍ୟ ଉଚ୍ଚତାକୁ ଯାଇ ପାରିବ ନା ନାହିଁ ତାହା କମ୍ପାନୀ ସ୍ପଷ୍ଟ କରିନଥିଲା ।

ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ବା ଏଫଏଏ କହିଛି ଯେ, କମ୍ପାନୀ ଆହୁରି ମଧ୍ୟ ଅତିରିକ୍ତ ତଥ୍ୟ ଦେଇପାରିଥାନ୍ତା । କିନ୍ତୁ ଏପରି କରିନଥିଲା । ତେବେ କମ୍ପାନୀ ଆଉ ଥରେ ପ୍ରକଳ୍ପ ବାବଦରେ ତଥ୍ୟ ଦେଲା ପରେ ହିଁ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି ଏଫଏଏ କହିଛି ।

   Related Posts