ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ, ୨୭/୦୧:   ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଫାଲକନ୍ ୯ ରକେଟ୍ ଚନ୍ଦ୍ରପୃଷ୍ଠରେ ମାଡ ହେବ । ଏହାଦ୍ୱାରା ଭାରତର ଚନ୍ଦ୍ରଯାନ ଉପରେ ପଡିପାରେ । ଏହି ଫାଲକନ-୯ ଚନ୍ଦ୍ରପୃଷ୍ଠରେ କ୍ରାସ୍ କରିବ । ତେବେ ଏହି ସବୁ ଘଟଣାର ଚିତ୍ର ଚନ୍ଦ୍ରଯାନ-୨ରେ କଏଦ ହୋଇପାରେ ।

ସ୍ପେସଏକ୍ସ ଫେବ୍ରୁଆରୀ ୨୦୧୫ରେ ଫାଲକନ-୯ ଜରିଆରେ ନିଜର ଡିପ୍ ସ୍ପେସ୍ ମିଶନ ଲଞ୍ଚ୍ କରିଥିଲା । ଚାଳକବିହୀନ ଏହି ରକେଟକୁ ପୃଥିବୀଠୁ ୧୫ ଲକ୍ଷ କିମି ଦୂର ଯାଏଁ ପହଁଚା ୟାଇଥିଲା ।  ଏବେ ଏହି ନିୟନ୍ତ୍ରଣ ହରାଇଛି । କାରଣ ଏହା ପୃଥିବୀକୁ ଫେରି ପାରବ ନାହିଁ । ରକେଟରେ ଆବଶ୍ୟକ ପରିମାଣର ଇନ୍ଧନ ନଥିବାରୁ ଏପରି ହୋଇଛି ।

ଗାଇଡ୍ ଆଷ୍ଟ୍ରୋନୋମି ସଫ୍ଟଓୟାରର ନିର୍ମାତା ବିଲ୍ ଗ୍ରେ କହିଛନ୍ତି ଯେ, ଫାଲକନ-୯ ରକେଟ୍ ଚନ୍ଦ୍ରମାରେ କ୍ରାସ୍ ଲାଣ୍ଡିଂ କରିବ । ତେବେ ଏହା ମହାକାଶରେ କୌଣସି ଆବର୍ଜନା ସୃଷ୍ଟି କରିବ ନାହିଁ । ତେବେ ଯଦି ଏହା ଚନ୍ଦ୍ରରେ କ୍ରାସ୍ ନହୋଇ ମହାକାଶରେ ବିସ୍ଫୋରଣ ହୁଏ ତେବେ ଅନେକ ସାଟେଲାଇଟ୍ କ୍ଷତିଗ୍ରସ୍ତ ହେବେ । ଭାରତର ଚନ୍ଦ୍ରଯାନ ବି ବିପଦରେ ରହିଛି । କିଛି ଦିନ ପୂର୍ବରୁ ଋଷର ଏକ ସାଟେଲାଇଟ୍ ଆବର୍ଜନା ସହ ଧକ୍କା ହେବାକୁ ଅଳ୍ପରେ ବର୍ତ୍ତି ଯାଇଥିଲା । ଋଷ ଗତବର୍ଷ ନିଜର ଏକ ସାଟେଲାଇଟକୁ ଆଣ୍ଟି ସାଟେଲାଇଟ୍ ଓ୍ୱିପନରେ ଧ୍ୱଂସ କରିଥିଲା ।

wp:html /wp:html

ଏହି ଘଟଣାକୁ ନେଇ ଚାଇନା ଷ୍ଟାରଲିଙ୍ଗ୍ ଓ ସ୍ପେସଏକ୍ସ ବିରୋଧରେ ଅଭିଯୋଗ କରିଛି । ଏପରିକି ଏଲନ ମସ୍କଙ୍କୁ ମଧ୍ୟ ସମାଲୋଚନା କରାଯାଉଛି ।

ସୂଚନାଯୋଗ୍ୟ, ସ୍ପେସଏକ୍ସ ହେଉଛି ଏକ ଘରୋଇ କମ୍ପାନୀ । ଏହା ନାସା ସହ ମିଶି କାମ କରିଥାଏ । ଆମେରିକୀୟ ମିଲିଟାରୀ ଓ ମହାକାଶ ଗବେଷଣା ସହ ମିଶି ଏହା ଅନେକ ରକେଟ୍ ଲଞ୍ଚ୍ କରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.