୩ ଯାତ୍ରୀଙ୍କୁ ନେଇ ୨୦୨୨ରେ ‘ସ୍ପେସ୍‌ ଷ୍ଟେସନ୍‌’ ଯିବ ପ୍ରଥମ ଘରୋଇ ଜେଟ୍‌, ଜଣକା ୪୦୦ କୋଟି ଟଙ୍କା ଭଡ଼ା

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭/୦୧: ପୃଥିବୀରୁ ପ୍ରାୟ ୪୨୦ କିଲୋମିଟରେ ଉପରେ ରହିଛି ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ। ଏଠାକୁ ଯିବାକୁ ଯେକୌଣସି ବ୍ୟକ୍ତିଙ୍କ ଇଚ୍ଛା ଥିବ । କିନ୍ତୁ ଏଠାକୁ ଯିବାକୁ ହେଲେ ହଜାର କି ଲକ୍ଷ ନୁହେଁ ବରଂ ଶହ ଶହ କୋଟି ଟଙ୍କା ଦେବାକୁ ପଡ଼ିବ। ୪୦୦ କୋଟି ଟଙ୍କା ଦେଲେ ହିଁ ସ୍ପେସ୍‌ ଷ୍ଟେସନ୍‌ ବୁଲିବାକୁ ସୁଯୋଗ ମିଳିପାରିବ। ସେମିତି ୩ ଆରବପତି ଏବେ ସେଠାକୁ ଯିବାକୁ ବାହାରିଛନ୍ତି। ୨୦୨୨ରେ ସେମାନେ ଯିବାକୁ ଥିବା ବେଳେ ପ୍ରତି ବ୍ୟକ୍ତି ୪୦୦ କୋଟି ଲେଖାଏଁ ଦେବେ।

ଜାନୁଆରୀ ୨୬(ମଙ୍ଗଳବାର) ଆମେରିକାର ଫ୍ଲୋରିଡା ସ୍ଥିତ  କ୍ୟାପ୍‌ କ୍ୟାନଭରଲରେ ପ୍ରଥମ ଘରୋଇ ସ୍ପେସ୍‌ ଷ୍ଟେସନ୍‌ କ୍ରୁଙ୍କ ପରିଚୟ ଦିଆଯାଇଛି। କ୍ରୁଙ୍କ ମଧ୍ୟରେ ୩ ଜଣ ଯାତ୍ରୀ ଅଛନ୍ତି।  ୩ ଯାତ୍ରୀ ୫୫ ମିଲିୟନ ଡଲାର ଅର୍ଥାତ ୪୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦେବେ। ଏମାନେ ସ୍ପେସ୍‌ ଏକ୍ସ ରକେଟ୍‌ ଯୋଗେ ସ୍ପେସ୍‌ ଷ୍ଟେସନକୁ ଯିବେ।

{"id":399479,"sizeSlug":"large","linkDestination":"none"}

୩ ଯାତ୍ରୀଙ୍କ ନାଁ – ଇଟେନ୍‌ ଷ୍ଟିବେ। ମାର୍କ ପାଥି ଏବଂ ଲ୍ୟାରି କୋନ୍ନୋର। ଆସନ୍ତାବର୍ଷ ଜାନୁଆରୀରେ ଏମାନଙ୍କୁ ସ୍ପେସ୍‌ ଷ୍ଟେସନ ନିଆଯିବ। ଏହା ପ୍ରଥମ ଘରୋଇ ଜେଟ୍‌ ଭାବେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନକୁ ଉଡ଼ାଣ ଭରିବ। ଏହି ୩ ଯାତ୍ରୀଙ୍କୁ ଅନ୍ତରିକ୍ଷ ନେବାର ଦାୟିତ୍ବ ନେବେ ନାସାର ପୂର୍ବତନ ମହାକାଶବିଜ୍ଞାନୀ  ମାଇକେଲ୍‌ ଲୋପେଜ୍‌ ଓଲିଗ୍ରିୟା।

୩ ଜଣ ଯାତ୍ରୀ ୮ ଦିନ ସ୍ପେସ୍‌ ଷ୍ଟେସନ୍‌ରେ ରହିବେ। ସ୍ପେସ୍‌ ଏକ୍ସର ଡ୍ରାଗନ କ୍ୟାପସ୍ୟୁଲ୍‌ରେ ଏମାନଙ୍କୁ ସ୍ପେସ୍‌ ଷ୍ଟେସନ୍‌ ନିଆଯିବାକୁ ଥିବା ଏଥିରେ ହିଁ ପୃଥିବୀପୃଷ୍ଠକୁ ଫେରିବେ। ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ ପରେ ପରେ ରିଚାର୍ଡ ବ୍ରିସ୍‌ନନଙ୍କ ବର୍ଜିନ ଗୌଲୋକ୍ଟିକ୍ ଏବଂ ଜେଫ ବେଜୋସ୍‌ଙ୍କ ବ୍ଲୁ ଓରିଜିନ୍‌ ମଧ୍ୟ ଯାତ୍ରୀଙ୍କୁ ସ୍ପେସ୍‌ ଷ୍ଟେସନ୍‌ ଯାତ୍ରା କରାଇବ। କିନ୍ତୁ କିଛି ବର୍ଷ ପରେ ଅନ୍ତରିକ୍ଷ ଯାତ୍ରା ପାଇଁ ଖର୍ଚ୍ଚ ପରିମାଣ କମିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.