ଚନ୍ଦ୍ରକୁ ଯିବାକୁ ଲଢେଇ: ବେଯୋଶଙ୍କୁ ମାତ୍ ଦେଲେ ଏଲନ୍ ମସ୍କ, ଆମେରିକା ସରକାରଙ୍କୁ ବିରୋଧ ପତ୍ର ଦେଇଥିଲା ବେଯୋଶଙ୍କ କମ୍ପାନୀ, ମସ୍କ କହିଲେ...

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୦୪ : ଦୁନିଆର ସବୁଠାରୁ ଦୁଇ ଧନୀ ବ୍ୟକ୍ତି ଜେଫ୍ ବେଯୋଶ୍ ଓ ଏଲନ୍ ମସ୍କ ଚନ୍ଦ୍ରମାକୁ ଯିବାକୁ ପରସ୍ପର ସହ ଲଢେଇ କରୁଛନ୍ତି। ୨୨ ହଜାର କୋଟି ଟଙ୍କା ଚୁକ୍ତିକୁ ନେଇ ଦୁହିଁଙ୍କ ମଧ୍ୟରେ ଲଢେଇ ଚାଲିଛି ଯାହାକୁ ଆମେରିକୀୟ ମହାକାଶ ଏଜେନ୍ସି ନାସା ମସ୍କଙ୍କ କମ୍ପାନୀ 'ସ୍ପେସ ଏକ୍ସ'କୁ ଦେଇଛି। ଚୁକ୍ତି ଅନୁଯାୟୀ ସ୍ପେସ୍ ଏକ୍ସ ଏକ ଲ୍ୟାଣ୍ଡର୍ ତିଆରି କରିବା ଯେଉଁଥିରେ ଆମେରିକାର ମହାକାଶ ଯାତ୍ରୀ ୨୦୨୪ ରେ ଚନ୍ଦ୍ରକୁ ଯିବେ। ଏହି ପ୍ରୋଜେକ୍ଟ ପାଇଁ ସ୍ପେସ୍ ଏକ୍ସ ଛଡା ଆଉ ଦୁଇଟି କମ୍ପାନୀ ବୋଲି ଲଗାଇଥିଲେ। ସେଥିରୁ ଗୋଟିଏ ହେଲା ବେଯୋଶଙ୍କ କମ୍ପାନୀ 'ବ୍ଲୁ ଅରିଜିନ୍'।

ସୋମବାର ଦିନ ବେଯୋଶଙ୍କ କମ୍ପାନୀ ନାସାର ଏହି ନିଷ୍ପତ୍ତି ବିରୋଧରେ ଆମେରିକା ସରକାରଙ୍କୁ ୫୦ ପୃଷ୍ଠା ବିଶିଷ୍ଟ ଏକ ବିରୋଧ ପତ୍ର ଦେଇଥିଲେ। ବ୍ଲୁ ଅରିଜିନ୍ ସିଇଓ ବବ୍ ସ୍ମିଥ୍ କହିଛନ୍ତି ଯେ, ନାସା ସ୍ପେସ୍ ଏକ୍ସକୁ କଣ୍ଟ୍ରାକ୍ଟ ଦେବା ନିଷ୍ପତ୍ତି ଭୁଲ। କାରଣ ନାସା କେବଳ ତାଙ୍କର ପ୍ରସ୍ତାବର ଲାଭଦାୟକ ଅଂଶକୁ ନଜର ଅନ୍ଦାଜ କରିନି ବରଂ ସ୍ପେସ୍ ଏକ୍ସର ଯାନ୍ତ୍ରିକ ତ୍ରୁଟିକୁ ମଧ୍ୟ ନଜର ଅନ୍ଦାଜ କରିଛି।

ଅପରପକ୍ଷରେ ଏଲନ୍ ମସ୍କ ସୋସିଆଲ ମିଡ଼ିଆରେ ବେଯୋଶଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି 'ବିରୋଧ ପତ୍ର ଦେବାପରେ ବର୍ତ୍ତମାନ ସେ ଚନ୍ଦ୍ରର କକ୍ଷ ଯାଏଁ ମଧ୍ୟ ପହଞ୍ଚି ପାରିବେନି। ଥାଉ, ଆପଣଙ୍କ କ୍ଷମତା ନାହିଁ।'

ନାସା ଚନ୍ଦ୍ରକୁ ଯିବାକୁ ଏମିତି ଏକ ଯାନ ତିଆରି କରିବାକୁ ଚାହୁଁଛି ଯାହା ମାଧ୍ୟମରେ ପ୍ରଥମଥର ଜଣେ ମହିଳା ଓ ଅଶ୍ୱେତ ପୁରୁଷ ଚନ୍ଦ୍ରରେ ପହଞ୍ଚିବେ। ୧୯୭୨ ପରେ ଆମେରିକା କାହାକୁ ଚନ୍ଦ୍ରକୁ ପଠାଇନି। ନାସାର ପ୍ରଶାସକ ଜିନ ବ୍ରିଡେଷ୍ଟାଇନ କହିଛନ୍ତି ଯେ ୨୦୨୪ ରେ ଚନ୍ଦ୍ରମାକୁ ଯିବାକୁ ନାସା ପ୍ରତୁଟିର ଅନ୍ତିମ ପର୍ଯ୍ୟାୟରେ ଅଛି। ଏହି ମିଶନର ନାଁ ହେଲା - ମିଶନ୍ ଆର୍ଟିମିସ୍

୨୦୨୪ରେ ଓରାୟନ ନାମକ ସ୍ପେସ୍ କ୍ରାଫ୍ଟରେ ୪ଜଣ ସଦସ୍ୟ ମହାକାଶ କକ୍ଷକୁ ଯିବେ। ଏଠାରୁ ୨ ଯାତ୍ରୀ ସ୍ପେସ ଏକ୍ସ ଯାନରେ ଚନ୍ଦ୍ରମା ଯାତ୍ରା କରିବେ। ଯୋଜନା ଅନୁସାରେ ଦୁଇ ଯାତ୍ରୀ ସପ୍ତାହେ ଯାଏଁ ଚନ୍ଦ୍ରମା କକ୍ଷର ପରୀକ୍ଷଣ କରିବେ ଓ ସ୍ପେସ ଏକ୍ସର ଯାନରେ ହିଁ ପୁଣି ଓରାୟନ ଯାଏଁ ଫେରି ଆସିବେ ଯେପରି ସକୁଶଳ ପୃଥିବୀପୃଷ୍ଠରେ ଲ୍ୟାଣ୍ଡ କରିପାରିବେ। ଏହି ଯାନ ୪ ଲକ୍ଷ ୫୦ କିଲୋମିଟର ଯାତ୍ରା କରି ୩ ସପ୍ତାହରେ ଚନ୍ଦ୍ରମା ଯାଏଁ ପହଞ୍ଚିବ।

ଆର୍ଟିମିସ ମିଶନ ଜରିଆରେ ନାସା ୨୦୨୮ ସୁଦ୍ଧା ଏହିଭଳି ବ୍ୟବସ୍ଥା କରିବାକୁ ଚାହୁଁଛି ଯେପରି ସେ ଚନ୍ଦ୍ରମାରେ ମାନବ ରହିବା ନେଇ ସୁନିଶ୍ଚିତ କରିପାରିବ। ଅର୍ଥାତ ଚନ୍ଦ୍ରମାର ରହିବା ପାଇଁ ବ୍ୟବସ୍ଥା କରିପାରିବ। ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଏହି ପ୍ରୋଜେକ୍ଟ ପାଇଁ ୨୨ ହଜାର କୋଟି ଟଙ୍କା ଓ ଜେଫ୍ ବେଯୋଶଙ୍କ ବ୍ଲୁ ଅରିଜିନ୍ ୪୫ ହଜାର କୋଟି ଟଙ୍କାର ବୋଲି ଲଗାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.