Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବୈଜ୍ଞାନିକଙ୍କ ଚେତାବନୀ ! ବିଶ୍ୱର ନୂଆ ପ୍ରଦୂଷଣ ନିମନ୍ତେ ଦାୟୀ ହେବେ ଏଲନ ମସ୍କ, ଜେଫ ବେଜୋସ୍ ଓ ଚୀନ୍

9/10/2021 at 7:33 PM

ନ୍ୟୁୟର୍କ :  ବିଶ୍ୱଲାଗି ବୈଜ୍ଞାନିକମାନେ ନୂଆ ପ୍ରଦୂଷଣର ଚେତାବନୀ ଦେଇଛନ୍ତି। ଯଦି ବିଶ୍ୱରେ ଏହି ପ୍ରଦୂଷଣ ବ୍ୟାପେ ତେବେ ଦିନରେ ସୂର୍ଯ୍ୟଙ୍କ ତାପ ହ୍ରାସ ହେବ ଓ ରାତିର ଅନ୍ଧକାର ବହଳ ହେବ। ବିଶ୍ୱ ଉପରେ ଏବେ ଏହି ନୂଆ ପ୍ରଦୂଷଣର ବିପଦ ଘନେଇଛି। ଏବେ ନୂଆ ନୂଆ ଧନୀ ହୋଇଥିବା କିଛି ଲୋକ ଓ ଚୀନ୍‌ ଭବିଷ୍ୟତରେ ବ୍ୟାପିବାକୁ ଥିବା ଏହି ପ୍ରଦୂଷଣର ମୁଖ୍ୟ କାରଣ ହେବେ। ଏ ନଇ ୨୦୧୯ ମସିହାରୁ ବୈଜ୍ଞାନିକ ଚେତାବନୀ ଦେଇଥିଲେ। ତେବେ ବୈଜ୍ଞାନିକ ଗବେଷଣା ତଥ୍ୟ ଏବେ ସାଇନ୍ସ ମ୍ୟାଗଜିନରେ ପ୍ରକାଶିତ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଏହି ପ୍ରଦୂଷଣ ଯଦି ବ୍ୟାପିବ ତେବେ ଏହା ଏଲନ ମସ୍କ, ଜେଫ ବେଜୋସ, ରିଚର୍ଡ ବ୍ରେନସନ୍ ଓ ଚୀନ୍‌ କାରଣରୁ। ଏମାନେ ଭବିଷ୍ୟତରେ ଅନ୍ତରୀକ୍ଷକୁ ପ୍ରେରଣ କରିବାକୁ ଥିବା ଉପଗ୍ରହ ହିଁ ଏହି ନୂଆ ପ୍ରଦୂଷଣର କାରଣ ହେବ। ଯାହା ରାତିର ଆକାଶରେ ହୁଏତ ଲୋକଙ୍କ ଆଖିକୁ ଆଉ ତାରା ଦୃଶ୍ୟମାନ ହୋଇ ନପାରେ। ସେହିପରି ମହାକାଶର ନିମ୍ନ କକ୍ଷରେ ଉପଗ୍ରହଙ୍କ ଭୀଡି ଯୋଗୁ ପୃଥିବୀ ଉପରେ ସୌର ରଶ୍ମୀର ସ୍ୱଭାବିକ ପ୍ରଭାବ ମଧ୍ୟ ହ୍ରାସ  ହେବ ବୋଲି ଏବେ ଆଶଙ୍କା କରାଗଲାଣି।     

ଏ ନେଇ ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆର ଭୌତିକ ବିଜ୍ଞାନୀ ଟୋନୀ ଟାଇସନ ୧୯ ସେପ୍ଟେମ୍ବର ୨୦୧୯ରେ ପ୍ରଥମେ ଦେଇଥିଲେ। ହେଲେ ସେତେବେଳେ ତାଙ୍କ ସତର୍କତାଆଡକୁ କାହାର ଧ୍ୟାନ ଯାଇନଥିଲା। ତେବେ ତାଙ୍କ ଚେତାବନୀର ୭ ମାସ ପରେ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍‌-ଏକ୍ସ ଥରକରେ ୬୦ଟି ଷ୍ଟାରଲିଙ୍କ ସାଟେଲାଇଟ୍‌ ଅନ୍ତରୀକ୍ଷରେ ପହଞ୍ଚାଇଦେଇଥିଲା। ଏହି କମ୍ପାନୀର ଉଦ୍ଦେଶ୍ୟ ସାରା ବିଶ୍ୱର ଇଣ୍ଟରନେଟ୍‌ ଉପରେ ଆଧିପତ୍ୟ ବିସ୍ତାର କରିବା। ଏହି ଯୋଜନାରେ ସ୍ପେସ୍‌-ଏକ୍ସ ଅନ୍ତରୀକ୍ଷରେ ୪୧ ହଜାର ୯୧୪ଟି ଉପଗ୍ରହ ଲଞ୍ଚ କରିବାକୁ ଯୋଜନା ରଖିଛନ୍ତି।

ସ୍ପେସ୍‌ –ଏକ୍ସ ଏବେ ୧୨ ହଜାର ଉପଗ୍ରହ ଅନ୍ତରୀକ୍ଷକୁ ପହଞ୍ଚାଇବା ଲାଗି ଅନୁମତି ପ୍ରାପ୍ତ କରିଛନ୍ତି। ସେହିପରି ଜେଫ ବେଜୋସଙ୍କ ‘ପ୍ରୋଜେକ୍ଟ କ୍ୱିପର’ ଅନ୍ତରୀକ୍ଷରେ ୩ ହଜାର ୨୩୬ଟି ଉପଗ୍ରହ ସ୍ଥାପନା କରିବାକୁ ଚାହାନ୍ତି। ଏହା ଛଡା ଭର୍ଜିନ ଗାଲେକଟିକ୍‌ର ମାଲିକ ରିଚର୍ଡ ବ୍ରେନସନ୍‌ ସ୍ଥାପନା କରିଥିବା ୱାନୱେବ୍‌ ମହାକାଶକୁ ୬ ହଜାର ୩୨୭ଟି ଉପଗ୍ରହ ପଠାଇବାକୁ ଯୋଜନା ରଖିଥିବା ବେଳେ ଚୀନ୍‌ ମଧ୍ୟ ମହାକାଶକୁ ୧୨ ହଜାର ୯୯୨ଟି ଉପଗ୍ରହ ଅନ୍ତରୀକ୍ଷକୁ ପ୍ରେରଣ ଲାଗି ଏକ ଯୋଜନା ଇଣ୍ଟରନ୍ୟାସନାଲ ରେଗ୍ୟୁଲେଟରଙ୍କ ନିକଟକୁ ପଠାଇଛନ୍ତି। ଏହି ସମସ୍ତ ଉପଗ୍ରହ କେବଳ ଇଣ୍ଟରନେଟ୍‌ ଲାଗି ମହାକାଶକୁ ପ୍ରେରଣ କରାଯିବ।

ଏହି ସବୁ ଉପଗ୍ରହ ୨୦୨୦ ଦଶନ୍ଧୀ ଶେଷ ସୁଦ୍ଧା ମହାକାଶକୁ ପହଞ୍ଚିସାରିଥିବେ।  ଏଣୁ ଦଶକ ଶେଷ ବେଳକୁ ମହାକାଶରେ ଅନୁନ୍ୟ ୧ ଲକ୍ଷ ଉପଗ୍ରହ ପୃଥିବୀକୁ ପ୍ରଦିକ୍ଷଣ କରୁଥିବେ। ତେବେ ଏଥିରୁ କ୍ଷତି କଣ ହେବ ତାହା ହିଁ ହେଉଛି ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ। ଯଦି ଆକାଶ ସଫା ଥାଏ ତେବେ ଖାଲିଆଖିରେ ଆମେ ଅନୁନ୍ୟ ୩ହଜାର ତାରାଙ୍କୁ ଦେଖିଥାଏ। ଏଥିରେ ଯଦି ଉପଗ୍ରହଙ୍କ ଧାଡି ଲାଗିଯାଏ ତେବେ ଆକାଶରେ ଆମେ ଆଉ ତାରା ଦେଖିପାରିବାନି। ଯଦି ବି ଦେଖିପାରିବା ତାରା ଓ ଉପଗ୍ରହ ମଧ୍ୟରେ ପାର୍ଥକ୍ୟ ଜାଣିପାରିବାନି।

ଆକାଶରେ ବିଚିତ୍ର ପ୍ରକାର ଚାଲୁଥିବା ବିନ୍ଦୁ ସବୁ ଦେଖାଯିବେ। ଏହାଛଡା ଉପଗ୍ରହରେ ଯେପରି ସୌର କିରଣ ପଡି ପ୍ରତିଫଳିତ ନ ହୁଏ ସେଥିଲାଗି ମଧ୍ୟ ଏଥିରେ ଲେପ ଦିଆଯାଇଛି। ଏହା ଛଡା ଏଥିରେ ଲାଗୁଥିବା ସୋଲାର ପାନେଲକୁ ମଧ୍ୟ ସେହିପରି ଫିଟ କରାଯାଉଛି। ଫଳରେ ଦିନରେ ସୂର୍ଯ୍ୟାଲୋକ ମଧ୍ୟ ହ୍ରାସ ହେବାର ଆଶଙ୍କା କରାଯାଉଛି। 

   Related Posts