Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅନ୍ତରୀକ୍ଷ ଆବର୍ଜନା ଧକ୍କାରେ ISS ରୋବୋଟିକ୍ ଆର୍ମ କ୍ଷତିଗ୍ରସ୍ତ, ଚିନ୍ତାରେ ବୈଜ୍ଞାନିକ

2/06/2021 at 7:45 PM

କ୍ୟୁବେକ୍‌ : ଅନ୍ତରୀକ୍ଷରେ ବଢୁଥିବା ଆବର୍ଜନା ଏବେ ବୈଜ୍ଞାନିକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପୃଥିବୀ କକ୍ଷପଥରେ ଘୁରି ବୁଲୁଥିବା ଅନ୍ତର୍ଜାତୀୟ ଅନ୍ତରୀକ୍ଷ କେନ୍ଦ୍ର (ଆଇଏସଏସ୍)ର ରୋବୋଟିକ୍ ହ୍ୟାଣ୍ଡ ସହ ଗତ ମେ ୧୨ ତାରିଖ ଦିନ ଏକ ଅନ୍ତରୀକ୍ଷ ଆବର୍ଜନା ଧକ୍କା ଲାଗିଥିଲା। ଏହା ଆଇଏସଏସ୍‌ର ରବୋଟିକ୍‌ ହ୍ୟାଣ୍ଡ ସହ ଧକ୍କା ଲାଗିଥିବା ବେଳେ ଏଥିଯୋଗୁ ସେଥିରେ ଏକ କଣା ହୋଇଯାଇଛି। ତେବେ ଏହି ଆବର୍ଜନା କୁଆଡେ ଗଲା ସେ ସମ୍ପର୍କରେ କୌଣସି ସୂଚନା ମଧ୍ୟ ମିଳୁ ନାହିଁ।

ଯଦିଓ ରୋବୋଟିକ ହ୍ୟାଣ୍ଡ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି ଏଥିରେ ଆଇଏସଏସର ପରିଚାଳନାରେ କୌଣସି ବାଧା ଉପୁଜି ନାହିଁ। ତେବେ ଅନ୍ତରୀକ୍ଷରେ ବଢୁଥିବା ଆବର୍ଜନା ବିଶେଷକରି କୁତ୍ରିମ ଆବର୍ଜନାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ମଣିଷ ଦ୍ୱାରା ଅନ୍ତରୀକ୍ଷରେ ଛଡା ଯାଉଥିବା ଅନେକ କୁତ୍ରିମ ଉପଗ୍ରହ ଅକାମୀ ହୋଇ ଯାଇଥିଲେ ବି ପୃଥିବୀ କକ୍ଷପଥରେ ଘୁରି ବୁଲୁଛନ୍ତି। ଏ ଗୁଡିକ ଏବେ ସଚଳ ଉପଗ୍ରହ ଓ ଆଇଏସଏସ୍‌ ଲାଗି ବିପଦର କାରଣ ହୋଇ ପାରନ୍ତି ବୋଲି ବୈଜ୍ଞାନିକ ଆଶଙ୍କା କରୁଛନ୍ତି।

ରୋବୋଟିକ ଆର୍ମରେ ହୋଇଥିବା କ୍ଷତ ଏହାର ଆକାରଠାରୁ ଢେର ଛୋଟ। ହେଲେ ବି ଯଦି ବିଶାଳକାୟ କୌଣସି ସାମଗ୍ରୀ ମାଡ଼ ହୋଇଥାନ୍ତା ତେବେ ସମଗ୍ର ଅନ୍ତରୀକ୍ଷ କେନ୍ଦ୍ର ପ୍ରତି ବିପଦର କାରଣ ହୋଇଥାନ୍ତା। ଅନ୍ତରୀକ୍ଷରେ ସ୍ପେସ୍‌ କ୍ରାଫ୍ଟ ଗୁଡିକର ବେଗ୍ ବହୁତ ଅଧିକ। ଏଣୁ ଏଭଳି ସାମଗ୍ରୀ କାହା ସହ ଧକ୍କା ଲାଗିବା କମ୍‌ ବିପଦପୂର୍ଣ୍ଣ ନୁହେଁ। ଏହି ଦୁର୍ଘଟଣା ପରେ ବି ଆଇଏସଏସ୍‌ ରୋବୋଟିକ୍‌ ଆର୍ମ ସଠିକ କାମ କରୁଛି। ଏହାର କାର୍ଯ୍ୟକ୍ଷମତାରେ କୌଣସି ପରିବର୍ତ୍ତନ ଆସି ନାହିଁ।

ତେବେ ଆର୍ମ ବୁମ୍‌ ଓ ଥର୍ମାଲ ବ୍ଲାଙ୍କେଟ୍‌ କଣା ହୋଇଯାଇଛି ବୋଲି କାନାଡା ସ୍ପେସ୍ ଏଜେନ୍ସୀ ସୂଚନା ଦେଇଛନ୍ତି। ତେବେ ଏଥିଯୋଗୁ କାର୍ଯ୍ୟକ୍ଷମତା ଉପରେ କୌଣସି ପ୍ରଭାବ ପଡିବନି ବୋଲି କୁହାଯାଇଛି। ଏହି ରୋବୋଟିକ୍‌ ଆର୍ମକୁ କ୍ୟୁବେକ୍‌ର ମଣ୍ଟ୍ରିଏଲସ୍ଥିତ  କାନାଡା ସ୍ପେସ୍‌ ଏଜେନ୍ସୀ ଦ୍ୱାରା ପରିଚାଳିତ ହେଉଛି।

   Related Posts