ମାସ୍କର ନୂଆ ଷ୍ଟାଇଲ: ସ୍ପେସ ହେଲମେଟ୍ ଫେସ କଭରିଂ, ଦାମ ୧୪ ହଜାର ଟଙ୍କା!

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩/୦୯: କରୋନା କାଳରେ ମାସ୍କର ଚାହିଦା ବୃଦ୍ଧି ପାଇଛି। ଏଣୁ ବିଭିନ୍ନ କିସମର ମାସ୍କ ବଜାରରେ ଉପଲବ୍ଧ । ମାସ୍କର ବିକଳ୍ପ ଭାବେ ଏବେ ଏକ ସ୍ପେସ୍ ହେଲମେଟ୍ ଷ୍ଟାଇଲର ଫେସ୍ କଭରିଂ ଭାଇରାଲ ହେଉଛି। ଯାହା ଏବେ ନିତିଦିନିଆ ଜୀବନର ଅଂଶ ହୋଇଛି। ଏହି ଅଜବ ଫେସ୍ ଓ୍ବିୟର ମୁଣ୍ଡକୁ ପ୍ଲାଷ୍ଟିକ ବବଲରେ କଭର୍ କରିଥାଏ। ଏହା ସହ ନେକ୍ କଭରିଂ ପାଇଁ ଓ୍ବାଶେବଲ ଫ୍ୟାବ୍ରିକ୍ ଓ ନେକ୍ ପ୍ୟାଡ୍ ରହିଛି।

ଯଦି ମହାକାଶଚାରୀଙ୍କ ଭଳି ଲୁକ୍ ଆପଣାଇବାକୁ ଚାହୁଁଛନ୍ତି ତେବେ ଏହି ଫେସ କଭରକୁ ଟ୍ରାଏ କରିପାରିବେ। ଏହାର ନାଁ ମାଇକ୍ରୋକ୍ଲାଇମେଟ୍ ଏୟାର। ହେଲମେଟରେ ଏୟାର ଭେଣ୍ଟିଲେସନ୍ ସିଷ୍ଟମ ରହିଛି। ଭାଇରସରୁ ଏହା ରକ୍ଷା କରିବାରେ ସାହାଯ୍ୟ କରିବ ବୋଲି କମ୍ପାନି କହିଛି।

{"id":333508,"sizeSlug":"large"}

ମାସ୍କ ଭିତରେ ଥିବା ଫ୍ୟାନ୍ ଏୟାର ଫିଲଟରରେ ସାହାଯ୍ୟ କରିବ। ଏହାକୁ ପିନ୍ଧି ବ୍ୟବହାରକାରୀ ଚଷମା ମଧ୍ୟ ପିନ୍ଧିପାରିବ। ଏଥିରେ କୌଣସି ପ୍ରକାର ଅସୁବିଧା ଉପୁଜିବ ନାହିଁ । ଏହା ସହ ମାସ୍କ ପରି ଏଥିରେ ପାଟି ଲୁଚିବ ନାହିଁ। ତେବେ ସାଧାରଣ ମାସ୍କ ତୁଳନାରେ ଏହାର ଦାମ ଖୁବ୍ ଅଧିକ। ଅର୍ଥାତ ଏହାର ମୂଲ୍ୟ ୧୪ ହଜାର ଟଙ୍କା।

ତେବେ ଏହାକୁ ଚାର୍ଜ କରିବାକୁ ହେବ। ଅର୍ଥାତ୍ ପ୍ରତି ଚାରି ଘଂଟାରେ ଚାର୍ଜ କଲେ ଲମ୍ବା ଯାତ୍ରାରେ ପିନ୍ଧି ହେବ। ତେବେ ମାଇକ୍ରୋକ୍ଲାଇମେଟ୍ ଏୟାର୍ ମାସ୍କ କେବଳ ଏବେ ଆମେରିକାରେ ହିଁ  ଉପଳବ୍ଧ। ଆମେରିକାରେ ଲୋକମାନଙ୍କଠାରେ ଏହାର ଚାହିଦା ଖୁବ୍ ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.