ସ୍ପା ସେଣ୍ଟରରେ ବିଦେଶୀ ଯୁବତୀଙ୍କୁ ଆଣି ସେକ୍ସ ରାକେଟ୍ ଚଲାଉଥିଲେ ଆଣ୍ଟି: ଅସଞ୍ଜତ ଅବସ୍ଥାରେ ୩ ଯୁବତୀ ୯ ଯୁବକ ଗିରଫ

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫/୦୭ : ସ୍ପା ସେଣ୍ଟର ଆଳରେ ଚାଲିଥିଲା ସେକ୍ସ ରାକେଟ | ସେକ୍ସ ରାକେଟର ପର୍ଦାଫାଶ କରି ସିଭିଲ ଥାନା ପୋଲିସ ୨ ବିଦେଶୀ ଯୁବତୀ, ଦିଲ୍ଲୀର ଜଣେ ଯୁବତୀଙ୍କ ସମେତ ୯ ଯୁବକଙ୍କୁ ଗିରଫ କରିଛି | କିଛି ଯୁବକ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରିଛି ପୋଲିସ | ହାଇ ପ୍ରୋଫାଇଲ ସେକ୍ସ ରାକେଟ ପଛରେ ଦିଲ୍ଲୀବାଲି ଆଣ୍ଟିର ହାତ ରହିଛି | ଏହି ଆଣ୍ଟି ବିଦେଶୀ ଯୁବତୀଙ୍କୁ ଦେହ ବ୍ୟବସାୟ ପାଇଁ ଅମୃତସର ପଠାନ୍ତି |

ସ୍ପା ସେଣ୍ଟର ମ୍ୟାନେଜର ବିଜୟ, କୁନାଲ, ମଜିଦ, ହରିନ୍ଦରପାଲ, କର୍ମଜୀତ ସିଂହ, ଗୁରୁଚରଣ ସିଂହ, ଗୁରୁଃଜିତ ସିଂହ, ସଂଵିଦର ସିଂହ, ରାଜ କାରଣ ସୁଦକୁ ପୋଲିସ ଗିରଫ କରିଛି | ସ୍ପା ସେଣ୍ଟରରୁ ଗିରଫ କରାଯାଇଥିବା ୩ ଯୁବତୀଙ୍କୁ ଆଜି କୋର୍ଟରେ ହାଜର କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି | ସୂଚନା ଅନୁଯାୟୀ, ଥାନା ସିଭିଲ ଲାଇନ ପୋଲିସକୁ ଖବର ମିଳିଥିଲା ଯେ ମାଲରୋଡ଼ ସ୍ଥିତ ଏକ ସ୍ପା ସେଣ୍ଟରରେ ବିଦେଶୀ ଯୁବତୀଙ୍କୁ ଆଣି ସେକ୍ସ ରାକେଟ ଚଳାଯାଉଛି |

{"id":305193,"sizeSlug":"large"}

ସୂଚନା ପାଇ ଏସିପି ସର୍ଵଜୀତ ସିଂହ ଓ ଇନ୍ସପେକ୍ଟର ସର୍ବଦର୍ଶନ ସିଂହଙ୍କ ଅଧ୍ୟକ୍ଷତାରେ ଭାରି ପୋଲିସବଳ ସ୍ପା ସେଣ୍ଟରରେ ପହଞ୍ଚିଥିଲେ | ରିସେପ୍ସନରୁ ସ୍ପା ସେଣ୍ଟରର ମ୍ୟାନେଜରକୁ ଗିରଫ କରାଯାଇଥିଲା | ଏହାପରେ ସ୍ପା ସେଣ୍ଟର ଭିତରେ ତିଆରି ହୋଇଥିବା କୋଠରୀମାନଙ୍କରୁ ଯୁବତୀ ଓ ଯୁବକମାନଙ୍କୁ ଗିରଫ କରାଯାଇଥିଲା | କିଛି ଯୁବକ ରିସେପ୍ସନରେ ବସି ନିଜ ପାଳିକୁ ଅପେକ୍ଷା କରିଥିଲେ | ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଇମ୍ମୋରାଲ ଟ୍ରାଫିକ ଆକ୍ଟ ୧୯୫୬ ଅନୁସାରେ ମାମଲା ରୁଜ୍ଜୁ କରିଛି | କୋର୍ଟଙ୍କ ଆଦେଶରେ ସମସ୍ତ ଅଭିଯୁକ୍ତକୁ ୧୬ ଦିନିଆ ଜୁଡିଆସିଆଲ ରିମାଣ୍ଡରେ ପଠାଇ ଦିଆଯାଇଛି |

{"id":305194,"sizeSlug":"large"}

ଗିରଫ ପରେ ୩ ଯୁବତୀଙ୍କୁ ମେଡିକାଲ ଯାଞ୍ଚ ପାଇଁ ସିଭିଲ ହସ୍ପିଟାଲ ନିଆଯାଇଥିଲା | ୨ ଯୁବତୀ ଉଜବେକିସ୍ଥାନର ଓ ଜଣେ ଦିଲ୍ଲୀର | ଯୁବତୀଙ୍କ ମେଡିକାଲ ଯାଞ୍ଚ କରାଯାଇଛି କିନ୍ତୁ ଦୁଷ୍କର୍ମ ଯାଞ୍ଚ ପାଇଁ ଅସ୍ବୀକାର କରାଯାଇଥିଲା | ଯାହାପରେ ଡାକ୍ତର ମେଡିକାଲ ଫର୍ମରେ ଋଫ୍ୟୁଜାଲ ଲେଖି ଫର୍ମ ପୋଲିସକୁ ହସ୍ତାନ୍ତର କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.