ବରଖାସ୍ତ ବିଏସ୍ଏଫ ଜବାନ ତେଜବାହାଦୂରଙ୍କୁ ସପା-ବସପା ମେଣ୍ଟର ସମର୍ଥନ, ମୋଦିଙ୍କ ବିପକ୍ଷରେ ଲଢିବେ ବାରଣାସୀରୁ

Published By : Prameya-News7 Bureau | April 29, 2019 IST

ଲକ୍ଷ୍ନୌ ୨୯।୪: ସୀମା ସୁରକ୍ଷାବଳଙ୍କୁ ଦିଆଯାଉଥିବା ନିମ୍ନମାନର ଭୋଜନ ଭିଡିଓ ଭାଇରାଲ କରି ଚାକିରୀରୁ ବରଖାସ୍ତ ହୋଇଥିବା  ଜବାନ ତେଜବାହାଦୂର ଯାଦବଙ୍କ ସମର୍ଥନରେ ଆସିଛନ୍ତି ଉତ୍ତରପ୍ରଦେଶର ସପା ଓ ବସପା ମେଣ୍ଟ। ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢିବା ପାଇଁ ନିର୍ଦ୍ଦଳୀୟ ପ୍ରାର୍ଥୀପତ୍ର ଦାଖଲ କରିଥିବା ଏହି ଜବାନଙ୍କୁ ମେଣ୍ଟ ନିଜର ପ୍ରାର୍ଥୀ କରିଛି । ଏଠାରେ ପୂର୍ବରୁ ମେଣ୍ଟର ପ୍ରାର୍ଥୀ ହୋଇଥିବା କଂଗ୍ରେସର ବିଦ୍ରୋହୀ ନେତ୍ରୀ ଶାଲିନୀ ଯାଦବଙ୍କୁ ପ୍ରତ୍ୟାହାର କରିନିଆଯାଇଛି ।

{"id":108775}

ବିଏସଏଫରେ କାର୍ଯ୍ୟ କରୁଥିବା ବେଳେ ତେଜବାହାଦୂର ଜବାନଙ୍କୁ ମିଳୁଥିବା ନିମ୍ନମାନର ଖାଦ୍ୟକୁ ନେଇ ଅଭିଯୋଗ କରିଥିଲେ। ଏ ନେଇ ୨୦୧୭ ମସିହା ଜାନୁୟାରୀ ୮ ତାରିଖରେ ସେ ଏକ ଭିଡିଓ ସୋସିଆଲ ସାଇଟ୍ ରେ ଅପଲୋଡ କରିବା ପରେ ତାହା ଭାଇରାଲ ହୋଇଥିଲା। ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସେନାକୁ ନେଇ ଦେଶଭକ୍ତିର କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଯାଇଥିଲା । ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସହ ତାଙ୍କୁ ସେହି ବର୍ଷ ଏପ୍ରିଲ ୧୯ ତାରିଖ ଦିନ ଚାକିରୀରୁ ବାହାର କରିଦିଆଯାଇଥିଲା।   ଏଥିରେ କ୍ଷୁବ୍ଧ ଜବାନ ପ୍ରଧାନମନ୍ତ୍ରୀଙ୍କୁ ବନାରସ ଲୋକସଭା ଆସନରେ ଚାଲେଞ୍ଜ କରିବା ପାଇଁ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ତାଙ୍କୁ ଏବେ ଦଳୀୟ ସମର୍ଥନ ମିଳିବା ପରେ ଏଠାରେ ପ୍ରତିଦ୍ବନ୍ଦୀତା  ଜୋରଦାର ହେବ ବୋଲି ଆଶା କରାଯାଉଛି।

{"id":108776}

ଗତ ନିର୍ବାଚନରେ ଏଠାରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କୁ ଆମଆଦମୀ ପାର୍ଟି ନେତା ଅରବିନ୍ଦ କେଜରୀଓ୍ବାଲ ଟକ୍କର ଦେଇଥିଲେ। ଏଠାରେ କେଜରୀଓ୍ବାଲଙ୍କ ସପକ୍ଷରେ ୨ଲକ୍ଷ ୯ ହଜାର ୨୩୮ଟି ଭୋଟ ପଡିଥିବା ବେଳେ ମୋଦିଙ୍କୁ ମିଳିଥିଲା ୫ଲକ୍ଷ ୮୧ ହଜାର ୨୨ଟି ଭୋଟ । ତେବେ ନିର୍ବାଚନ ପୂର୍ବରୁ ପାକ୍ ସର୍ଜିକାଲ ଷ୍ଟ୍ରାଇକ୍ ଗେମ ଖେଳିଥିବା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏଠାରେ ପୂର୍ବତନ ଜବାନଙ୍କ ବିରୋଧରେ କଣ ରଣନୀତି ଆପଣଉଛନ୍ତି ତାହା ଦେଖିବାକୁ ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.