Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପତ୍ନୀଙ୍କ ସହ ହ୍ବାଟସ୍‌ଅପ୍ ଚାଟିଂ କରୁଥିଲେ ଏସପି ବାବୁ, ଡିଜିପିଙ୍କ ପାଖରେ ଅଭିଯୋଗ କଲେ ମହିଳାଙ୍କ ସ୍ବାମୀ…

17/09/2019 at 8:15 PM

ଲକ୍ଷ୍ନୌ୧୭|୯: ମହିଳାଙ୍କ ସହ ହ୍ବାଟସ୍‌ଅପ୍‌ରେ ଚାଟିଂ କରିବା ଆଗ୍ରା ଜିଲ୍ଲାର ଏସିପିଙ୍କୁ ମହଙ୍ଗା ପଡ଼ିଛି। ଲକ୍ଷ୍ନୌର ଜଣେ ମହିଳାଙ୍କ ସହ ଆଗ୍ରା  ଜିଲ୍ଲାର ଏସିପି ହ୍ହାଟସପ୍‌ଅପ୍‌ରେ ଚାଟିଂ କରୁଥିଲେ। ଏସିପିଙ୍କ ସହ ଚାଟିଂ କରିବା କଥା ମହିଳାଙ୍କ ସ୍ବାମୀ ଜାଣିବା ପରେ ସଂପୃକ୍ତ ଏସପିଙ୍କ ବିରୋଧରେ ଡିଜିପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏହି ଘଟଣା ତଦନ୍ତ ଦାୟିତ୍ବ ଡିଜିପି ଆଗ୍ରା ଜିଲ୍ଲାର ଏସଏସପିଙ୍କୁ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମହିଳାଙ୍କ ସ୍ବାମୀ ଦେଇଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି ଯେ, ୨୦୧୮ ମସିହାରୁ ଫୋନରେ ତାଙ୍କ ପତ୍ନୀଙ୍କ ସହ ଏସପି କଥା ହେଉଛନ୍ତି। ଏହିଭଳି ଧୀରେ ଧୀରେ ଉଭୟଙ୍କ ସଂପର୍କ ନିବିଡ଼ ହୋଇଥିଲା । ପ୍ରତ୍ୟେକ ଦିନ ରାତିରେ ଏସପି ତାଙ୍କ ପତ୍ନୀଙ୍କ ସହ ହ୍ବାଟସପଅପ୍ ଓ ଫୋନରେ କଥା ହୁଅନ୍ତି ବୋଲି ସଂପୃକ୍ତ ମହିଳାଙ୍କ ସ୍ବୀମୀ କହିଛନ୍ତି।

ସଂପୃକ୍ତ ମହିଳା  କିଛିଦିନ ହେଲା ତାଙ୍କ ସ୍ବାମୀଙ୍କୁ ଅଜବ ବ୍ୟବହାର କରୁଥିଲେ। ଏନେଇ ପ୍ରତ୍ୟେକ ଦିନ ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା କଥା ସଂପୃକ୍ତ ମହିଳଙ୍କ ସ୍ବାମୀ କହିଛନ୍ତି। ସ୍ତ୍ରୀଙ୍କ ଏପରି ବ୍ୟବହାର ଦେଖି ସ୍ବାମୀ ତାଙ୍କୁ ସନ୍ଦେହ କରିଥିଲେ। ମହିଳାଙ୍କ ଅନୁପସ୍ଥିତିରେ ତାଙ୍କ ମୋବାଇଲ ଫୋନ ସେ ଯାଞ୍ଚ କରିଥିଲେ। ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ସଂପର୍କରେ ମହିଳାଙ୍କୁ ତାଙ୍କ ସ୍ବାମୀ ପଚରାଉଚାର କରିବା ପରେ ଏସପି ବାବୁଙ୍କ କଳାକାରନାମା ସାମ୍ନାକୁ ଆସିଥିଲା। ଏହାପରେ ସଂପୃକ୍ତ ଏସପିଙ୍କ ବିରୋଧରେ ଡିଜିପିଙ୍କ ପାଖରେ ମହିଳାଙ୍କ ସ୍ବାମୀ ଅଭିଯୋଗ କରିଥିଲେ।

   Related Posts