Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ରଙ୍ଗ ରାଜନୀତିରେ ଅପମାନର ଷଡଯନ୍ତ୍ର ! ଗୋରଖପୁର ଡାକ୍ତରଖାନା ଶୌଚାଳୟର ରଙ୍ଗ ସହ ମିଶୁଛି ସମାଜବାଦୀ ପାର୍ଟି ପତାକା ରଙ୍ଗ, ପ୍ରତିବାଦ କଲା ଦଳ

30/10/2020 at 8:13 PM

ଗୋରଖପୁର ୩୦।୧୦: ରେଲଓ୍ଵେ ହସ୍ପିଟାଲର ଶୌଚାଳୟରେ ଲାଲ୍ ଏବଂ ସବୁଜ ରଙ୍ଗର ଟାଇଲ୍ସ ବ୍ୟବହାର କରାଯିବା ନେଇ ସମାଜବାଦୀ ପାର୍ଟି ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର କଡା ବିରୋଧ କରିଛି। ପାର୍ଟି କହିଛି ତାଙ୍କ ଦଳୀୟ ପତାକା ପ୍ରତି ଏହା ଘୋର ଅପମାନ। ଦଳୀୟ ପତାକା ରଙ୍ଗ ସହ ଶୌଚାଳୟ ରଙ୍ଗ ସଂପୂର୍ଣ୍ଣ ସମାନ ରହିିଛି।

ସମାଜବାଦୀ ପାର୍ଟି ନେତା ଏବଂ କର୍ମକର୍ତ୍ତା ଗୁରୁବାର ସକାଳେ ପାର୍ଟି କାର୍ଯ୍ୟାଳୟରେ ଏକତ୍ର ହୋଇ ଏହି ପରି ଦାୟିତ୍ଵହୀନ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଲାଲ ଏବଂ ସଜୁଜ ରଙ୍ଗର ଟାଇଲ୍ସ ଗୋରଖପୁରର ଲଳିତ ନାରାୟଣ ମିଶ୍ର ରେଲଓ୍ଵେ ହସ୍ପିଟାଲର ଶୌଚାଳୟରେ ବ୍ୟବହାର କରାଯାଇଥିବା ଦଳର ନେତା କହିଛନ୍ତି। ଆମ ପାର୍ଟିର ପତାକା ପ୍ରତି ଏହି ଧରଣର ଅପମାନକୁ ଆମେ ବରଦାସ୍ତ କରି ପାରିବୁ ନାହିଁ। ଆମର ଦାବି ରେଲଓ୍ଵେ କର୍ତ୍ତୃପକ୍ଷ ଟାଇଲ୍ସ ବଦଳାନ୍ତୁ ଏବଂ ଏହି କାମରେ ପଛରେ ଯେଉଁମାନଙ୍କ ହାତ ରହିଛି ସେମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦଳୀୟ ନେତା କହିଛନ୍ତି।

ଉଲ୍ଲେଖନୀୟ ଏହି ଶୌଚାଳୟ ୩-୪ ମାସ ପୂର୍ବେ ନିର୍ମାଣ ହୋଇଥିଲ। ହେଲେ ବୁଧବାର ଆମକୁ ଏହା ବିଷୟରେ ସୂଚନା ମିଳିଥିବା ସମାଜବାଦୀ ପାର୍ଟିର ଜିଲ୍ଲା ସଭାପତି ରାମ ନାଗିନା ସାହିନି କହିଛନ୍ତି।

   Related Posts