ମାଓ ଇନଫର୍ମର ହେବାକୁ ଯୁବକଙ୍କୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚାପ ପକାଉଥିବା ଅଭିଯୋଗ ; ମାମଲାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବ ଅଧିକାର କମିଶନ

Published By : Prameya-News7 Bureau | January 10, 2019 IST

ଲାଞ୍ଜିଗଡ ୧୦|୧:  ମାଓବାଦୀଙ୍କ ସୂଚନାଦାତା ହେବାକୁ ଯୁବକଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚାପ ପକାଉଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ଏଥିରେ ରାଜି ନହେବାରୁ  ତାଙ୍କୁ ମାଓବାଦୀର ଆଖ୍ୟା ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିର୍ଯାତନା ଦେଉଥିବାର ସାଂଘାତିକ ଅଭିଯୋଗ ହୋଇଛି । ମାଓ ପ୍ରବଣ କଳାହାଣ୍ଡି ଜିଲ୍ଲାରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ପରେ ରାଜ୍ୟ ମାନବ ଅଧିକାର କମିଶନ ମାମଲାରେ ହସ୍ତକ୍ଷେପ କରିଛନ୍ତି । ମାମଲାର ତଦନ୍ତ ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ନୋଟିସ୍ ଜାରି ହୋଇଛି ।

{"id":72289}

ସୂଚନା ଅନୁସାରେ ଭବାନୀପାଟଣାର ଏକ ଜନ ସମାବେଶ ମଧ୍ୟରେ କଳାହାଣ୍ଡି ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରା ନିର୍ଯାତନାର କାହାଣୀ କହିଥିବା ଯୁବକ ଜଣଙ୍କ ହେଉଛନ୍ତି ବ୍ରିଟିଶ ନାଏକ । ତାଙ୍କ ଘର ଲାଞ୍ଜିଗଡ ବ୍ଲକ୍ ବିଜେପୁର ଥାନା ଘାଟିକୁଣ୍ଡରୁ ଗାଁରେ । ସୁରକ୍ଷା ସମିତିର ଆଗ ଧାଡିର ଆନ୍ଦୋଳନକାରୀ ବ୍ରିଟିସ ସବୁ ବଳେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ସ୍ଥାନୀୟ ଆଚଂଳର ପରିଚିତ ଯୁବ ଚହେରା ।  ସିପିଆଇଏମ ପାର୍ଟିର ସକ୍ରୀୟ କ୍ୟାଡର । ହେଲେ ବର୍ତ୍ତମାନ ପୋଲିସ ଗୁଇନ୍ଦା ରିପୋର୍ଟ ଆନୁଯାୟୀ  ବ୍ରିଟିଶ ନୂଆ ପରିଚୟ ହେଲା ମାଓବାଦୀ  ।

{"id":72290}

ଏ ନେଇ ଗତ ଡିସେମ୍ବର ୨୨ତାରିଖ ବ୍ରିଟିଶ ଭବାନୀପାଟଣା ଶ୍ରମ କାର୍ଯ୍ୟାଳୟକୁ ତାଙ୍କ ଆଚଂଳର ଦାଦନ ଶ୍ରମିକଙ୍କ ଶବ ଫେରାଇ ଆଣିବାକୁ ଆସିଥିବାବଳେ ବିଜେପୁର ପୋଲିସ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାତୁଲା ଗଗଂଦେବଙ୍କ କାର୍ଯ୍ୟାଳୟକୁ ଉଠାଇ ଆଣିଥିଲା ।  ତାଙ୍କୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମାଓବାଦୀ ସହ ସଂପୃକ୍ତି ଦର୍ଶ।ଇ ପ୍ଲାଷ୍ଟିକ ରଡ୍ ରେ ନିର୍ଘ।ତ ମାଡ ମାରିଥିଲେ । ପରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୪ଟା ରୁ ୭ ଟା ମଧ୍ୟରେ ବିଜେପୁର ଥାନାରେ ହାଜିରା ଦେବା ସର୍ତ୍ତ ରଖି ଛାଡିଦେଇଥିଲେ ।

{"id":72293}

ବ୍ରିଟିଶର ଅଭିଯୋଗ ଆନୁଯାୟୀ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଆଧିକ୍ଷକ ବଫଲାମାଳି ଆନ୍ଦୋଳନରୁ ନିବୃତ ରହି ମାଓ ଗତିବିଧିର ପୋଲିସ ଇନଫର୍ମର ଅଫର ନ ମାନିବାରୁ ଏସପି ମାଓବାଦୀ ସଂପୃକ୍ତି ଦର୍ଶ।ଉଛନ୍ତି ।  ଗତ ୨୦୧୮ ଆକ୍ଟୋବର ୧୬ ତାରିଖ ମାଓବାଦୀ ଇନଫର୍ମର ହେବାକୁ ଏସପି ଚାପ ଦେଇଥିଲେ ଓ ସକାଳ ୧୧ଟା ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଜିଲ୍ଲା ଏସପି ଅଫିସରେ ରଖି ପରେ ଛାଡିଥିବା ବ୍ରିଟିଶ ଲିଖିତ ଅଭିଯୋଗରେ ଦର୍ଶ।ଇଛନ୍ତି   । 

ଏ ନେଇ ଗତ ଜାନୁଆରୀ ୧ ତାରିଖ ବ୍ରିଟିଶ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ତଥାପି ସବୁ ଦିନ ବିଜେପୁର ଥାନାରେ ବ୍ରିଟିଶକୁ ବିନା ନୋଟିସରେ ହାଜିରା ଦେବାକୁ ପୋଲିସ ବାଧ୍ୟ କରୁଛନ୍ତି । ବର୍ତ୍ତମାନ ଏହି ମାମଲାକୁ ମାନବ ଅଧିକାର ଉଲଂଘନ ଦର୍ଶ।ଇ ମାନବ ଅଧିକାର କର୍ମୀ ପ୍ରଦୀପ୍ତ ନାଏକ ଓଡିଶା ମାନବ ଅଧିକାର କମିଶନ ନିକଟରେ ଆଭିଯୋଗ ପରେ  କମିଶନ ମାମଲାର ତଦନ୍ତ ପାଇଁ ଦକ୍ଷିଣ ପଶ୍ଚିମାଚଂଳ ଡିଆଇଜି ଓ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକଙ୍କୁ ନୋଟିସ୍ ଜାରି କରିଛନ୍ତି ।  ୭ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ ନୋଟିସ୍ ରେ ଉଲ୍ଲେଖ କରାଯାଇଛି । ଏହି ପରିପେକ୍ଷୀରେ ଆଜି ବ୍ରିଟିଶ କୁମାର ନାଏକଙ୍କୁ ଦକ୍ଷିଣ ପଶ୍ଚିମାଚଂଳ ଡିଆଇଜି କୋରାପୁଟ  ଅଫିସରେ ହାଜର ହେବାକୁ ନୋଟିସ୍ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.