Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଏସ୍‌ପି-କଲେକ୍ଟର ବଡ଼ ନା ସରକାର ? ବିଧାନସଭା ପରିସରରେ ଗାଡ଼ି ଅଟକାଇ ଦେବାରୁ ଏମିତି ପଚାରିଲେ ମନ୍ତ୍ରୀ

2/12/2021 at 5:09 PM

ପାଟନା ୦୨/୧୨: ବିଧାନସଭା ପରିସରରେ ବିଧାୟକଙ୍କ ଗାଡ଼ି ଅଟକାଇ ଦେଲା ପୋଲିସ। ତାପରେ ବିଧାୟକଙ୍କୁ ସମ୍ଭାଳେ କିଏ। ସିଧା ଗାଡ଼ିରୁ ଓହ୍ଲାଇ ପଡ଼ି ପୋଲିସ କର୍ମଚାରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିପକାଇଛନ୍ତି । ବିଧାୟକ ରାଜ୍ୟର ଶ୍ରମ ମନ୍ତ୍ରୀ ବି ଅଛନ୍ତି । ରାଗରେ ଗର ଗର ହୋଇ ଏସପି, କଲେକ୍ଟର ନା ସରକାର ବଡ଼ ବୋଲି ଉପସ୍ଥିତି ପୋଲିସ କର୍ମଚାରୀଙ୍କୁ ପଚାରିଛନ୍ତି ମନ୍ତ୍ରୀ । ଡିଏମ, ଏସପିଙ୍କ ଗାଡ଼ି ପଳାଉଛି କିନ୍ତୁ ମନ୍ତ୍ରୀଙ୍କ ଗାଡ଼ି ଅଟକାଇବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତାଙ୍କ ମତରେ ଅଧିକାରୀଙ୍କଠୁ ମନ୍ତ୍ରୀ ବଡ଼ । ଏପରିକି ବଡ଼ ପଦାଧିକାରୀଙ୍କୁ ନିଲମ୍ବିତ କରିବା ପରେ ହିଁ ସେ ବିଧାନସଭା ଆସିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏଭଳି ଏକ ଦୃଶ୍ୟ ବିହାରର ବିଧାନସଭାରେ ଦେଖିବାକୁ ମିଳିଛି। ରାଜ୍ୟର ଶ୍ରମ ମନ୍ତ୍ରୀ ଜୀବେଶ କୁମାର ମିଶ୍ରାଙ୍କ ଗାଡ଼ିକୁ ଅଟକାଇ ଦିଆଯାଇଛି। ସେ କହିଛନ୍ତି ଯେ  ତାଙ୍କ ଗାଡ଼ିକୁ ଅଟକାଇ ଏସପି, କଲେକ୍ଟରଙ୍କ ଗାଡ଼ିକୁ ପାସ ଦିଆଯାଇଛି। ଏହା ପରେ ସେ ଗୃହରେ ତାଙ୍କ ପ୍ରତି କରାଯାଇଥିବା ଅପମାନ ସମ୍ପର୍କରେ କହିଛନ୍ତି।

ଏହା ସହ ସରକାର ନା ଏସପି-ଡିଏମ ବଡ଼ ବୋଲି ସରକାରଙ୍କୁ ଜବାବ ମାଗିଛନ୍ତି ମନ୍ତ୍ରୀ। ତାଙ୍କର ଏହି ମନ୍ତବ୍ୟରେ ବିରୋଧୀ ମଧ୍ୟ ତାଙ୍କୁ ସମର୍ଥନ ଜଣାଇ ନ୍ୟାୟ ଦାବି କରିଛନ୍ତି। ସେପଟେ ସରକାର କ୍ଲିୟର କରନ୍ତୁ କିଏ ବଡ଼। ବିଧାନସଭା ଆସିବା ବେଳେ ମୋ ଗାଡ଼ି ଅଟକାଇଦିଆ ଯାଇଛି। ପଚାରିବାରୁ ସେମାନେ କହୁଛନ୍ତି, ଏସପି-ଡିଏମ ଯାଉଛନ୍ତି ତେଣୁ ଆପଣଙ୍କ ଗାଡ଼ିକୁ ରୋକାଯାଇଛି। ତେଣୁ ଡିଏମ ଏବଂ ଏସ୍‌ପିଙ୍କୁ ତୁରନ୍ତ ସସପେଣ୍ଡ କରାଯାଉ ବୋଲି ଜୀବେଶ କୁମାର ଦାବି କରିଛନ୍ତି।

ଏହାକୁ ବିରୋଧୀ ଦଳର ବିଧାୟକମାନେ ସମର୍ଥନ କରିବା ସହ ଗୃହରେ ହୋ ହଲ୍ଲା କରିଛନ୍ତି। ଏହା ପରେ ମନ୍ତ୍ରୀଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଚସ୍ପତି। ବାଚସ୍ପତି ବିଜୟ ସିହ୍ନା କହିଛନ୍ତି, ବିଧାୟକଙ୍କ ସମ୍ମାନ ସବୁଠୁ ବଡ଼। ତେଣୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

   Related Posts