Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୫ ବର୍ଷରେ ୨୫ ଜଣ କରିଛନ୍ତି ଦୁଷ୍କର୍ମ, ବାପା-ଦାଦା-ରାଜନେତା ବି ସାମିଲ, ୧୭ ବର୍ଷୀୟା ପୀଡ଼ିତା ଆଣିଲେ ଗୁରୁତର ଅଭିଯୋଗ

12/10/2021 at 10:09 PM

ଲକ୍ଷ୍ନୌ ୧୨/୧୦: ବାପ, ସମ୍ପର୍କୀୟଙ୍କ ସମେତ ୨୫ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ୧୭ ବର୍ଷୀୟା ଝିଅ। ସେମାନଙ୍କ ମଧ୍ୟରେ ସପା ଏବଂ ବସପା ନେତା ମଧ୍ୟ ସାମିଲ ଅଛନ୍ତି। ଏଭଳି ଘଟଣା ଏବେ ଉତ୍ତରପ୍ରଦେଶର ଲଳିତପୁରରେ ଚାଞ୍ଚଲ୍ୟ ଖେଲାଇଦେଇଛି ।  ୫ ବର୍ଷ ହେଲା ମା’କୁ ନିଶାରେ ରଖି ତାଙ୍କ ସହ ଦୁଷ୍କର୍ମ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତା । ଚକ୍ରାନ୍ତ ରଚିବା ପଛରେ ୫ ଜଣ ମହିଳା ସମ୍ପର୍କୀୟଙ୍କ ନାଁ ମଧ୍ୟ ଲେଖିଛନ୍ତି ନାବାଳିକା। ସେପଟେ ସପା ଏବଂ ବସପାର ଜିଲ୍ଲାଧ୍ୟକ୍ଷ ଏହାକୁ ଏକ ଚକ୍ରାନ୍ତ ବୋଲି କହିଛନ୍ତି।

ମାଙ୍କ ସହ ମଙ୍ଗଳବାର ଲଳିତପୁର କୋତବାଲି ଥାନାରେ ପହଞ୍ଚି ୧୭ ବର୍ଷୀୟା ଝିଅ ଏଫଆଇଆର ଦେବା ପରେ ଘଟଣା ସାମ୍ନାକୁ ଆସିଛି। ଏତଲା ଅନୁସାରେ, ୧୨ ବର୍ଷର ହୋଇଥିବା ବେଳେ ପ୍ରଥମ ଥର ତାଙ୍କ ବାପା ତାଙ୍କୁ କ୍ଷେତକୁ ନେଇ ଦୁଷ୍କର୍ମ କରିଥିଲା। ସେତେବେ​‌ଳେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ତେବେ ଏନେଇ ପୀଡ଼ିତାଙ୍କ ମା ମୁହଁ ଖୋଲିବାରୁ ତାଙ୍କୁ ବାପା ମାଡ଼ ମାରୁଥିଲା ବୋଲି  ନାବାଳିକା ଲେଖିଛନ୍ତି। ମା’କୁ ନିଶା ଦେଇ ସବୁ ବେଳେ ବାପା ଦୁଷ୍କର୍ମ କରୁଥିଲା । ଗୋଟିଏ ଦିନ ସ୍କୁଲରୁ ଆଣିବା ବାଟରେ ଖାଇବାକୁ ଦେବାକୁ କହି ବାପା ତାଙ୍କୁ ହୋଟେଲ ନେଇଯାଇଥିଲା।

ସେଠାରେ ଜଣେ ମହିଳାଙ୍କୁ ତାଙ୍କୁ ହସ୍ତାନ୍ତର କରି ଚାଲିଆସିଥିଲା। ତାଙ୍କୁ ନିଶା ଦେଇ ସେଠାରେ ଦୁଷ୍କର୍ମ କରାଯାଇଥିଲା।  ହୋସ୍‌ ଫେରିବା ପରେ ସେ ଏନେଇ ଜାଣିବାକୁ ପାଇଥିଲେ। ଏହାକୁ ନେଇ ବାପାକୁ ପଚାରିବାରୁ ସେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ପରେ ପ୍ରତି ଦିନ ସ୍କୁଲରୁ ଫେରିବା ପରେ ତାଙ୍କୁ ଭିନ୍ନ ଭିନ୍ନ ହୋଟେଲକୁ ନିଆଯାଉଥିଲା। ଅନେକ ଲୋକ ତାଙ୍କ ସହ ଦୁଷ୍କର୍ମ କରୁଥିଲେ।

ଏପରିକି ତାଙ୍କ ବାପା ତାଙ୍କୁ ସମାଜବାଦି ପାର୍ଟିର ଜିଲ୍ଲାଧ୍ୟକ୍ଷ ତିଲକ ଯାଦବ ଏବଂ ବସପା ଜିଲ୍ଲାଧ୍ୟକ୍ଷ ଦୀପକ ଅହିରଓ୍ବାର ହାତକୁ ଟେକି ଦେଇଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ପୀଡ଼ିତା ନିଜର ବାପା, ପିଉସା ପୁଅ, ଦାଦା ସହ ୨୫ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେପଟେ ପୋଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts