Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପଞ୍ଚତତ୍ତ୍ୱରେ ବିଲୀନ ହେଲେ ଏସ୍‌ପି ବାଲସୁବ୍ରମଣ୍ୟମଙ୍କ ପାର୍ଥିବ ଶରୀର

26/09/2020 at 2:02 PM

ମୁମ୍ବାଇ ୨୬/୦୯ : ଶନିବାର ଅପରାହ୍ନରେ ଏସପି ବାଲସୁବ୍ରମଣ୍ୟମ ପଞ୍ଚତତ୍ତ୍ୱରେ ବିଲୀନ ହୋଇଯାଇଛନ୍ତି । ଅଶ୍ରୁଳ ନୟନରେ ପରିବାର ଓ ପ୍ରଶଂସକ ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି । ରାଜକୀୟ ସମ୍ମାନ ସହ ବାଲସୁବ୍ରମଣ୍ୟମଙ୍କ ଅନ୍ତିମ ସଂସ୍କାର କରାଯାଇଛି । ବାଲସୁବ୍ରମଣ୍ୟମଙ୍କ ପୁଅ ଏସପି ଚରଣ ଅନ୍ତିମ ସଂସ୍କାରର ସମସ୍ତ କାମ ପୁରା କରିଛନ୍ତି ।

ବହୁ ଦିନ ହେଲା ଅସୁସ୍ଥ ଥିବା ଏସପି ବାଲସୁବ୍ରମଣ୍ୟମଙ୍କ ୭୪ ବର୍ଷ ବୟସରେ ଶୁକ୍ରବାର ଅପରାହ୍ନରେ ଦେହାନ୍ତ ହୋଇଥିଲା । ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ଥିଲା । ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ଖବର ସାମ୍ନାକୁ ଆସିବା ପରେ ପରିବାର ଓ ପ୍ରଶଂସକ ତାଙ୍କ ସୁସ୍ଥ କାମନା କରିଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଏସପି ବାଲସୁବ୍ରମଣ୍ୟମ ଶୁକ୍ରବାର ଅପରାହ୍ନରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରିଛନ୍ତି ।

ସଂଗୀତଜ୍ଞ ଏସପି ବାଲସୁବ୍ରମଣ୍ୟମଙ୍କ ପାର୍ଥିବ ଶରୀର ଶୁକ୍ରବାର ରାତିରେ ଚେନ୍ନାଇ ବାହାରେ ଥିବା ରେଡ ହିଲସ ସ୍ଥିତ ତାଙ୍କ ଫାର୍ମ ହାଉସରେ ପହଞ୍ଚିଥିଲା ।

ପାର୍ଥିବ ଶରୀର ଫାର୍ମ ହାଉସରେ ପହଞ୍ଚିବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା । କାରଣ କଟକଣା ସତ୍ତ୍ୱେ ବାଲସୁବ୍ରମଣ୍ୟମଙ୍କ ଫାର୍ମ ହାଉସରେ ଅନେକ ସଂଖ୍ୟାରେ ପ୍ରଶଂସକ ଏକତ୍ରିତ ହୋଇଥିଲେ ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ ଶୁକ୍ରବାର ଦିନ କହିଥିଲେ ଯେ ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟନଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ସମ୍ପନ୍ନ କରାଯିବ । ଏକ ସରକାରୀ ବିଜ୍ଞପ୍ତିରେ ସେ ଏହା ଘୋଷଣା କରିଥିଲେ ।

   Related Posts