Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପ୍ରସିଦ୍ଧ ଗାୟକ ଏସପି ବାଳସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ :ଏବେ ଭେଣ୍ଟିଲେଟର ଏବଂ ECMO ସପୋର୍ଟରେ

20/08/2020 at 2:07 PM

ମୁମ୍ବାଇ ୨୦/୮: ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମରେ ନିଜ କଣ୍ଠର ଯାଦୁ ବଳରେ ମନ୍ତ୍ରମୁଗ୍ଧ କରିଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ଏସପି ବାଳସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏମଜିଏମ୍ ହେଲଥ କେୟାରରେ କୋଭିଡ-୧୯ ଚିକିତ୍ସା କରୁଥିବା ବାଳସୁବ୍ରମଣ୍ୟମକଙ୍କୁ ଭେଣ୍ଟିଲେଟର ଏବଂ ଏକ୍ସଟ୍ରାକୋପେରିୟାଲ୍ ମେମ୍ବେନ୍ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି।

ଭେଣ୍ଟିଲେଟର ଫୁସଫୁସରେ ଅକ୍ସିଜେନ୍ ଯୁକ୍ତ ପବନକୁ ଉଡ଼ାଇବା ପାଇଁ ଚାପର ଉପଯୋଗ କରିଥାଏ, ଇସିଏମଓ ହୃଦୟ-ଫୁସଫୁସର ମେସିନକୁ ରକ୍ତ ପମ୍ପ କରିଥାଏ,ଯାହା କାର୍ବନ ଡାଇଅକ୍ସାଇଡକୁ ହଟାଇଥାଏ ଏବଂ ଅକ୍ସିଜେନ୍ ଯୁକ୍ତ ରକ୍ତକୁ ଫେରାଇଥାଏ। ହାକ୍ତର କହିଛନ୍ତି ଯେ ଇସିଏମଓ ଉପଯୋଗ କରିବା ଦ୍ବାରା ରକ୍ତ ହୃଦୟ ଏବଂ ଫୁସଫୁସକୁ ବାଇପାସ୍ କରିବାର ଅନୁମତି ଦେଇଥାଏ ଯାହା ଦ୍ବାରା ଏହି ଅଙ୍ଗ ଆରାମ କରିପାରିବ ଏବଂ ଠିକ୍ ହୋଇପାରିବ।

ଅଗଷ୍ଟ ୫ତାରିଖରେ ଏସପି ବାଳସୁବ୍ରମଣ୍ୟମ କରୋନା ସଂକ୍ରମିତ ହୋଇଥିବା ନିଜ ଆଧିକାରିକ ଫେସବୁକ୍ ପେଜରେ ଭିଡିଓ ସେୟାର କରି ସୂଚନା ଦେଇଥିଲେ।

   Related Posts