ଲୋକପ୍ରିୟ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର

Published By : Prameya-News7 Bureau | September 25, 2020 IST

ନୂଆଦିଲ୍ଲୀ ୨୫/୦୯: ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କାଟପଣ୍ର୍ଣ ଅଛି। କରୋନାରେ ସଂକ୍ରମିତ ହୋଇ ​ଚେନ୍ନାଇର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି।

କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ ୫ ତାରିଖରେ ତାଙ୍କୁ ହସପିଟାଲାର ଭର୍ତି କରାଯାଇଥିଲା। ତେବେ ସେ କରୋନାରୁ ଖୁବଶୀଘ୍ର ଆରୋଗ୍ୟ ହୋଇଥିଲେ। ମାତ୍ର ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରେ ରହିଛନ୍ତି।  ଏ କଥା ତାଙ୍କ ପୁଅ ଏସପି ଚରଣ ଜଣାଇଥିଲେ ।ଏହା ସହ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଥିବା ବି କହିଥିଲେ।

wp:core-embed/twitter {"url":"https://twitter.com/BeingSalmanKhan/status/1309186064595083264","type":"rich","providerNameSlug":"twitter","className":""}
https://twitter.com/BeingSalmanKhan/status/1309186064595083264
/wp:core-embed/twitter

ମାତ୍ର ଗତ ୨୪ ଘଣ୍ଟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇଥିବା ହସପିଟାଲ କର୍ତୃପକ୍ଷ ଜଣାଇଛନ୍ତି। ଏବେ ସେ ଲାଇଫ ସପୋର୍ଟରେ ଅଛନ୍ତି । ଏମଜିଏମ ହେଲଥ କେୟାରର ଏକ୍ସପର୍ଟ ଟିମ୍ ତାଙ୍କ ହେଲଥ କଣ୍ଡିସନକୁ ଭଲ ଭାବେ ମନିଟର କରୁଛନ୍ତି। ବାଲାସୁବ୍ରମଣ୍ୟମ ୪୦ ହଜାରରୁ ଅଧିକ ଫିଲ୍କରେ ଗୀତ ଗାଇଛନ୍ତି। ବଲିଉଡ କଳାକାରଙ୍କ ସମେତ କଣ୍ଟଶିଳ୍ପୀମାନେ ଏବେ ବାଲାସୁବ୍ରମଣ୍ୟମଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଏପରିିକି ସଲମାନ ଖାନ୍ ଟ୍ବିଟ୍ କରି ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.