SP ହେବତ ଏମିତି : ଭୋକିଲା ପ୍ରବାସୀ ଶ୍ରମିକଙ୍କ ଫୋନ୍ ପାଇ ରାତି ୧୨ଟାରେ ନିଜେ ଖାଦ୍ୟ ପ୍ରସ୍ତୁତ କରି ପହଞ୍ଚିଲେ

Published By : Prameya-News7 Bureau | May 21, 2020 IST

ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। କିନ୍ତୁ ଏଥିପାଇଁ ପ୍ରବାସୀ ଶ୍ରମିକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁମାନେ ନିଜ ଘରୁ ଦୂରରେ ଅଛନ୍ତି ଏବଂ ସେମାନଙ୍କୁ ଗୋଟିଏ ବେଳା ଖାଇବା ମଧ୍ୟ ମିଳୁନାହିଁ। ଏହି ଲକଡାଉନରେ ମଧ୍ୟ ଦେଶର ରାସ୍ତା ଖାଲି ନାହିଁ। ଶ୍ରମିକମାନେ ନିଜ ପେଟ ପୋଷିବା‌ ପାଇଁ ନିଜ ଘରକୁ ଖାଲି ଗୋଡ଼ରେ ବାହାରିଛନ୍ତି ଏବଂ ଏପରି ପରିସ୍ଥିତିରେ ତାଙ୍କୁ ଖାଇବା ମଧ୍ୟ ମିଳୁନାହିଁ । ଭଗବାନ ତାଙ୍କ ସାହାଯ୍ୟ କରିବାକୁ ତଳେ ଆସି ପାରିବେ ନାହିଁ କିନ୍ତୁ ଭଗବାନ ତଳେ ହିଁ ତାଙ୍କୁ ସାହାଯ୍ୟ କରିବା ପାଇଁ ମନୁଷ୍ୟ ପଠାଇଛନ୍ତି।

{"id":273471,"width":576,"height":431,"sizeSlug":"large"}


କିଛି ମହିଳା ନେଲ୍ଲୁର ଜିଲ୍ଲାରୁ ବିଜୟନଗରମ୍ ପାଇଁ ବାହାରିଥିଲେ କିନ୍ତୁ ତାଙ୍କ ପାଖରେ ଖାଇବାକୁ କିଛି ନଥିଲା। ଏପରି କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବା ପାଇଁ ବିଜୟନଗରମ୍ ଜିଲ୍ଲାର ଏସପି ବି ରାଜା କୁମାରୀଙ୍କୁ ସେମାନେ ଫୋନ୍ କରି ସାହାଯ୍ୟ ମାଗିଥିଲେ। ରାତି ୧୨ଟାରେ ସେହି ମହିଳାମାନେ ତାଙ୍କୁ କଲ୍ କରିଥିଲେ ଏବଂ ଏସପି ନିଜେ ଘରେ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କ ପାଇଁ ରାତିରେ ଖାଇବା ନେଇ ଯାଇଥିଲେ।

{"id":273472,"sizeSlug":"large"}


ଏସପି ବି ରାଜା କୁମାରୀ କହିଥିଲେ ଯେ,‘ ୧୨ଟା ରାତିରେ ତାଙ୍କୁ ଏକ କଲ୍ ଆସିଥିଲା ଏବଂ ଯେତେବେଳେ ସେ ଫୋନ୍ ଉଠାଇଲେ ଜଣେ ମହିଳା ତାଙ୍କୁ କହିଥିଲେ ଯେ ସେ ୨ଦିନରୁ ଯାତ୍ରା କରୁଛନ୍ତି କିନ୍ତୁ ରାସ୍ତାରେ ତାଙ୍କୁ କିଛି ଖାଇବା ମିଳିନାହିଁ ଏବଂ ସେ ଭୋକିଲା ଚେକ୍ ପୋଷ୍ଟ ଯାଏଁ ପହଞ୍ଚି ସାରିଛନ୍ତି। ଏହା ପରେ ଏସପି ରାଜା କୁମାରୀ ତୁରନ୍ତ ନିଜ ଅଫିସରଙ୍କୁ କଲ୍ କରିଥିଲେ ଏବଂ କିଛି ଖାଦ୍ୟ ମିଳିବ କି ନାହିଁ ପଚାରିଥିଲେ। କିନ୍ତୁ ସେମାନେ କେବଳ ବ୍ରେଡ ବ୍ୟତୀତ ଆଉ କିଛି ମିଳିବ ନାହିଁ ବୋଲି କହିଥିଲେ। ଏପରି ପରିସ୍ଥିତିରେ ସେ ନିଜ ଘରେ ଲେମନ୍ ରାଇସ୍ ପ୍ରସ୍ତୁତ କରି ଚେକ୍ ପୋଷ୍ଟରେ ନେଇ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.