ଅଚାନକ ମେଡିକାଲରେ ପହଞ୍ଚିଲେ ଏସ୍‌ପି, ଜିଲ୍ଲାପାଳ : ରୋଗୀଙ୍କ ଚିକିତ୍ସା ଦେଖିଲେ ଓ ବୁଝିଲେ

Published By : Prameya-News7 Bureau | January 07, 2020 IST

ନବରଙ୍ଗପୁର ୭।୧: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଓ ଏସପି । ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ଏସପି ନିତିନ କୁଶଲକର ଗତକାଲି ରାତିରେ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶୀତ ରାତିରେ ମେଡିକାଲ ରୋଗୀଙ୍କ ବାସ୍ତବ ସ୍ଥିତି ପରଖିଥିଲେ ।

{"id":208115,"sizeSlug":"large"}

ଏହାପରେ ମେଡିକାଲରେ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ବ୍ୟବହାର ତଥା ଡାକ୍ତରଙ୍କ ଚିକିତ୍ସା  କିଭଳି ରହିଛି ଓ ରୋଗୀମାନେ ଡାକ୍ତରଙ୍କ ବ୍ୟବହାର ଓ ଚିକିତ୍ସାରେ କେତେ ସନ୍ତୁଷ୍ଟ ସେ ବିଷୟରେ ପଚାରି ବୁଝିଥିଲେ । ଏହାସହ ମେଡିକାଲରେ ମାଗଣା ଔଷଧ ଯୋଗାଇ ଦିଆଯାଉଛି ନା ନାହିଁ ତାହା ରୋଗୀଙ୍କୁ ପଚାରି ବୁଝିଥିଲେ ।

{"id":208116,"sizeSlug":"large"}

ମେଡିକାଲରେ ସାହାଯ୍ୟ ଯୋଗାଇଦେବା ନାମରେ  କୌଣସି ଦଲାଲ ସକ୍ରିୟ ଅଛନ୍ତି କି ନା ରୋଗୀଙ୍କଠାରୁ ଟଙ୍କା ଆଦାୟ ହେଉଛି କି ବୋଲି ମଧ୍ୟ ପଚାରି ବୁଝିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.