Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

କରୋନାରେ ସେଲୁନ ଓ ବ୍ୟୁଟିପାର୍ଲର ଉଦ୍ୟୋଗର ୩୫୦ କୋଟି ଟଙ୍କା କ୍ଷତି, ସରକାରଙ୍କୁ ମାଗିଲେ GST ରିହାତି

28/07/2021 at 4:24 PM

ନୂଆଦିଲ୍ଲୀ ୨୮।୭: କରୋନା ଭାଇରସ ମହାମାରୀ ଦେଶରେ ସବୁ ବର୍ଗଙ୍କୁ ପ୍ରଭାବିତ କରିଛି। ଏଥିରେ ଛୋଟମୋଟ କାରବାର କରି ଗୁଜୁରାଣ ଚଳାଉଥିବା ବ୍ୟବସାୟୀଙ୍କ କାରବାର ସମ୍ପୂର୍ଣ୍ଣ ଉଜୁଡିଯାଇଛି। ସେଲୁନ, ବ୍ୟୁଟିପାର୍ଲର ଓ ମେକଅପ ଆର୍ଟିଷ୍ଟଙ୍କ କଥା କହିଲେ ନସରେ। କରୋନା ଯୋଗୁ  ଜାରି ଲକଡାଉନରେ ଏହି ବ୍ୟବସାୟକୁ ବ୍ୟାପକ କ୍ଷତିର ସମ୍ମୁଖୀନ କରିଛି। ଲକଡାଉନ ଓ ଅନଲକର କଡା କଟକଣାରେ ଏମାନେ ନୂଆ ନୂଆ କାରବାର ଆରମ୍ଭ କରିଥିଲେ ବି ଆଗ ଭଳି ଜମୁ ନାହିଁ। ସମ୍ପୂର୍ଣ୍ଣ ଉଦ୍ୟୋଗ କରୋନାର ଦୁଇ ଲହରରେ ଅନୁନ୍ୟ ୩୫୦ କୋଟି ଟଙ୍କାର କ୍ଷତିରେ ପଡିଥିବା ଦିଲ୍ଲୀର ସେଲୁନ ଓନର ୱେଲଫେୟାର ଆସୋସିଏସନ (ଏସଓଡବ୍ଲୁଏ) ଦାବି କରୁଛି।

ସୋବା ପକ୍ଷରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଚାମ୍ବର ଅଫ ଟ୍ରେଡ ଏଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ଅଧ୍ୟକ୍ଷ ବ୍ରିଜେସ୍ ଗୋୟଲ ଓ ସିଟିଆଇ ୱିମେନ୍‌ କାଉନସିଲ ପ୍ରେସିଡେଣ୍ଟ ମାଳବିକା ସାହାଣୀ ଯୋଗଦେଇ କରୋନାରେ ଉଦ୍ୟୋଗ ଉପରେ ପ୍ରଭାବର ବିସ୍ତୃତ ଚର୍ଚ୍ଚା କରିଛନ୍ତି। ବ୍ରିଜେଶ ଗୋୟଲ କରୋନାରେ କେବଳ ଏହି ଇଣ୍ଡଷ୍ଟ୍ରିର ୩୫୦ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ଏବେ ଜିଏସଟିକୁ ନେଇ ବ୍ୟବସାୟୀ ଚିନ୍ତାରେ କାଳ କାଟୁଥିବା କହିଛନ୍ତି।

ସେଲୁନ ଓ ବ୍ୟୁଟିପାର୍ଲର ଇଣ୍ଡଷ୍ଟ୍ରି ବ୍ୟୁଟି ପ୍ରଡକ୍ଟ ଉପରେ ଜିଏସଟି ହାରସ ହ୍ରାସ କରି ୧୨ ପ୍ରତିଶତରେ ସୀମିତ ରଖିବାକୁ ସୋବା ଦାବି କରିଛି। ସେହିପରି ମାଳବିକା ସାହାଣୀ ସେଲୁନ ମାଲିକମାନେ କରୋନା ଲକଡାଉନ ପରେ ଏବେ ଅନଲାଇନ୍‌ କମ୍ପାନୀଙ୍କୁ ନେଇ ମଧ୍ୟ ଚିନ୍ତାରେ ପଡିଥିବା କହିଛନ୍ତି। ଏପରି କମ୍ପାନୀମାନେ ଲକଡାଉନରେ ଲୋକଙ୍କ ଘରକୁ ଘର ବୁଲି ସେବା ଯୋଗାଇ ଦେଇଥିଲେ। ଏଥିଲାଗି ସେମାନଙ୍କ ଉପରେ ଜିଏସଟି ମଧ୍ୟ ଲାଗୁ ହେଉ ନାହିଁ। ଏଥିରେ ବଜାରରେ ବଡ ନିବେଶ କରି ବସିଥିବା ସେଲୁନ୍‌ ଓ ପାର୍ଲରମାଲିକ ଏବେ ହାତ ବାନ୍ଧି ବସିଛନ୍ତି । ଏଣୁ ଏପରି କମ୍ପାନୀଙ୍କୁ ମଧ୍ୟ ନିୟନ୍ତ୍ରିତ କରାଯିବା ଦରକାର ବୋଲି ସେ କହିଛନ୍ତି।

ଏହା ଛଡା ଆସୋସିଏସନ ସେଲୁନ ଓ ପାର୍ଲର ଆୟୋଗ ସ୍ଥାପନା ଦାବି ମଧ୍ୟ କରିଛନ୍ତି। ଏହା ଦ୍ୱାରା ଉଦ୍ୟୋଗର ସମସ୍ୟା ତ୍ୱରିତ୍ ସମାଧାନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେପଟେ ସେଲୁନ ଇଣ୍ଡଷ୍ଟ୍ରି ଲାଗି ସିଟିଆଇ ଏକ ପୃଥକ କାଉନସିଲ କରିବେ ବୋଲି ଗୋୟଲ କହିଛନ୍ତି। ଯାହା ଦ୍ୱାରା ସେମାନଙ୍କ ଦାବି ଜିଏସଟି କାଉନସିଲ ବୈଠକରେ ଉପସ୍ଥାପିତ ହୋଇପାରିବ ବୋଲି ସେ ସୂଚିତ କରିଛନ୍ତି।

   Related Posts